
ଭୁବନେଶ୍ବର: ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ବଡ ସୂଚନା । ନୂଆ ପୁରୁଣା ସମସ୍ତଙ୍କ ଆକାଉଣ୍ଟକୁ ଯିବ ଏହି ଟଙ୍କା । ଏଇ ସପ୍ତାହରେ ମିଳିବ ସଭୁଦ୍ରା ଟଙ୍କା । ଆଜି ସମୀକ୍ଷା ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ସୁଭଦ୍ରାରେ ୪ଲକ୍ଷ ୫୭ହଜାର ୬୮୧ଜଣଙ୍କୁ ଏହି ସପ୍ତାହରେ ଟଙ୍କା ମିଳିବ । ଏସଓପି ଅନୁସାରେ କରାଯିବ ।
ଏଥିରେ ଯେଉଁମାନେ ନୂଆ ପଞ୍ଜିକୃତ କରିଥିବା ହିତାଧିକାରୀ ୧ଲକ୍ଷ ୭୮ହଜାର ୩୮୯ଜଣ, ଅନ୍ୟ କୌଣସି କାରଣ ପାଇଁ କଟି ଯାଇଥିବା ୨୪ହଜାର ୧୮ଜଣ ହିତାଧିକାରୀ ଓ ପ୍ରଥମ ଦ୍ୱିତୀୟ କିସ୍ତିରେ ପାଇନଥିବା ହିତାଧିକାରୀ ତୃତୀୟ କିସ୍ତିରେ ପାଇଥିଲେ, ସେମାନଙ୍କୁ ପ୍ରଥମ ଓ ଦ୍ୱିତୀୟ କିସ୍ତିର ଟଙ୍କା ପାଇବେ । ୨ଲକ୍ଷ ୫୫ହଜାରରୁ ଅଧିକ ହିତାଧିକାରୀ ଏଥର ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ମହିଳାଙ୍କୁ ସଶକ୍ତ କରିବା ପାଇଁ ସଭୁଦ୍ରା ନୂଆ ଅଧ୍ୟୟ ଲେଖବ ।