ଟାୱାର ଉପରକୁ ଚଢ଼ିଗଲେ ଯୁବକ, ନାକେଦମ ଅଗ୍ନିଶମ

newyr25

ସୁବର୍ଣ୍ଣପୁର: ଟାୱାର ଉପରେ ଦୀର୍ଘ ସମୟ ଧରି ଚଢି ରହିଛନ୍ତି ଯୁବକ । ଅଗ୍ନିଶମ ବିଭାଗର ବଢ଼ାଇଛନ୍ତି ଚିନ୍ତା ।
ଦୀର୍ଘ ସମୟ ଧରି ଟାୱାର ଉପରେ ଜଣେ ଯୁବକ ଚଢି ରହିଛନ୍ତି । ଦୀର୍ଘ ସମୟ ଧରି ଟାୱାରରୁ ଓହ୍ଲାଉ ନଥିବାରୁ ଅଗ୍ନିଶମ ବିଭାଗର ଚିନ୍ତା ବଢ଼ାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଏହି ଘଟଣା ଦେଖିବାକୁ ମିଳିଛି । ତରଭା ସହର ମାରୱାଡି ଧର୍ମଶାଳା ପଛରେ ଥିବା ଟାୱାରରେ ଜଣେ ଯୁବକ ଚଢ଼ିଛନ୍ତି । ଦୀର୍ଘ ସମୟ ଧରି ଟାୱାର ଉପରେ ଯୁବକ ଜଣକ ଅଛନ୍ତି । ଯୁବକ ଜଣକ ଟାୱାର ଉପରେ କାହା ସହିତ ଫୋନରେ କଥା ହେଉଥିବା ମଧ୍ୟ ଦେଖା ଯାଉଛି । କିନ୍ତୁ ସେ କାହିଁକି ଟାୱାର ଉପରେ ଚଢ଼ିଛନ୍ତି ଏପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.