
ରାଇରଙ୍ଗପୁର : ପ୍ରଥମେ ମାଡ଼ ମାରିଲେ। ପରେ ଉଲଗ୍ନ କରି ରାସ୍ତାରେ ବୁଲାଇଲେ । ନାବାଳିକାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ । ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ନାବାଳିକା ସହ ଯୁବକଙ୍କ ପ୍ରେମ ସମ୍ପର୍କ ଜାଣିବା ପରେ ଆଇନକୁ ହାତକୁ ନେଇ କଙ୍ଗାରୁ କୋର୍ଟ ବସାଯାଇଛି । ଯୁବକଙ୍କ ହାତବାନ୍ଧି ମାଡ଼ ମାରିବା ସହ ଉଲଗ୍ନ କରି ରାଜରାସ୍ତାରେ ବୁଲାଇ ଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛି, ପୀଡ଼ିତଙ୍କ ସମ୍ପର୍କୀୟ । ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।