
ଆମେରିକା: ରୁଷୀୟ ତେଲ ଟ୍ୟାଙ୍କରକୁ ଆମେରିକା କବଜା କରିବା ଘଟଣାରେ ଆମେରିକା କବଜାରେ ୩ ଭାରତୀୟ ।
ଆମେରିକା ଦ୍ୱାରା ରୁଷୀୟ ତେଲ ଟ୍ୟାଙ୍କର ଜାହାଜ ଜବତ ଘଟଣାରେ ଜାହାଜରୁ ମିଳିଲେ ୩ ଭାରତୀୟ । ଗତକାଲି ମାରିନେରା ନାମକ ଏକ ରୁଷୀୟ ତେଲ ଟ୍ୟାଙ୍କର ଜାହାଜକୁ ଅନ୍ତର୍ଜାତୀୟ ଜଳପଥରୁ କବଜା କରିଥିଲା ଆମେରିକା । ଭେନେଜୁଏଲା ସମ୍ପର୍କରେ ସନ୍ଦେହ କରି ଆମେରିକା ଉତ୍ତର ଆଟଲାଣ୍ଟିକ ମହାସାଗରରୁ ଏହି ଜାହାଜକୁ କବଜା କରିଥିଲା । ଜାହାଜରେ ରୁଷୀୟ ପତାକା ଉଡୁଥିଲା । ତେବେ ଜାହାଜରେ ୩ଜଣ ଭାରତୀୟ ଥିବା ରୁଷୀୟ ଗଣମାଧ୍ୟମ ସୂଚନା ଦେଇଛନ୍ତି ।