
ନୟାଗଡ଼,୮/୧/୨୬,(ନିସର୍ତ୍ତ):ରଣପୁର ମାଟିର ମହାକବି ଭକ୍ତଚରଣ ଦାସଙ୍କ ଉଦ୍ଦେଶ୍ୟରେ ସମର୍ପିତ ‘ଅର୍ଜୁନ-୨୦୨୬’ର ଚତୁର୍ଥ ସନ୍ଧ୍ୟାରେ ଅନୁଷ୍ଠିତ ସଭାକାର୍ଯ୍ୟ ଏବଂ ସାଂସ୍କୃତିକ ଉତ୍ସବରେ ଓଡିଶା ବିଧାନସଭାର ବାଚସ୍ପତି ଅଧ୍ଯକ୍ଷତା କରି କହିଥିଲେ

ମହୋତ୍ସବ ହେଉଛି ଆମ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧିବାର ଅନନ୍ୟ ମାଧ୍ୟମ,ଯାହା ଦ୍ବାରା ଅଞ୍ଚଳର ବିବିଧତାକୁ ବିଶେଷତାରେ ପରିଣତ କରି ମାତୃଭୂମିର ସେବା ନିମିତ୍ତ ମନରେ ନୂତନ ସୂର୍ଯ୍ୟ ଉଦୟ ହୁଏ I ମନୋରଞ୍ଜନ ଦ୍ବାରା ସ୍ଥାନୀୟ ଲୋକକଳା,ସଂସ୍କୃତି ଏବଂ ପରମ୍ପରା ଉଜ୍ଜୀବିତ ହେବା ସହ ଆଗାମୀ ଯୁବପିଢ଼ି ଏହାକୁ ଗତିମାନ ଧାରାରେ ସମଗ୍ର ବିଶ୍ବ ସମୁଦାୟ ସମ୍ମୁଖରେ ବିସ୍ତାର କରିବା ପାଇଁ ମାର୍ଗ ଦର୍ଶନ ଲାଭ କରିଥାନ୍ତି I ବାଚସ୍ପତି କହିଥିଲେ ତାଙ୍କର ବିଶ୍ବାସ ‘ଅର୍ଜୁନ’ ମହୋତ୍ସବ ଆମ ସମସ୍ତଙ୍କ ମଧ୍ୟରେ ରାଷ୍ଟ୍ରବାଦର ଭାବନା ଜାଗ୍ରତ କରିବା ସହ ଅଞ୍ଚଳର ବୈଶିଷ୍ଟ୍ୟକୁ ବିଶ୍ବ ବିଦିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।ମଞ୍ଚରେ ଭୁବନେଶ୍ବର ସାଂସଦ ମାନନୀୟା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ,ଖୋର୍ଦ୍ଧା ବିଧାୟକ ମାନନୀୟ ଶ୍ରୀଯୁକ୍ତ ପ୍ରଶାନୁ କୁମାର ଜଗଦେବ,ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ମାନନୀୟ ଡଃ.ଅରୁଣ କୁମାର ସାହୁ,ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ବିରଜାଲକ୍ଷ୍ମୀ ସାହୁ ଓ ଶ୍ରୀମତୀ ରଜନୀରାଣୀ ପଟ୍ଟନାୟକ,ବ୍ଲକ ଉପାଧ୍ଯକ୍ଷ ଶ୍ରୀଯୁକ୍ତ ପ୍ରଭାତ କୁମାର ଦଳବେହେରା ଏବଂ ଅନ୍ୟ ଅତିଥିଗଣ ଉପସ୍ଥିତ ଥିଲେ। ମଞ୍ଚରେ ସୁନ୍ଦର ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଦର୍ଶକମାନେ ଏହି କାର୍ଯ୍ୟକ୍ରମକୁ ଆନନ୍ଦର ସହ ଉପଭୋଗ କରି ଖୁସି ବ୍ୟକ୍ତ କରିଥିଲେ l ମୀନା ବଜାର ଓ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଦୋଳି ମହୋତ୍ସବର ସ୍ବତନ୍ତ୍ର ଆକର୍ଷଣ ଥିଲା। ଶିଶୁ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଶୀତୁଆ ପବନରେ ମଧ୍ୟ ଦୋଳି ଖେଳର ମଜା

ନେଇଥିଲେ। ରଣପୁରର ବିଶିଷ୍ଟ ସମାଜସେବୀ ତଥା ସୋସିଆଲ ମିଡ଼ିଆ ଇନ୍ ଫ୍ଲୁଏନ୍ସର ସୁରେଶ ମହାରଣାଙ୍କ ଦ୍ଵାରା ଅତିଥି ମାନଙ୍କୁ ମହୋତ୍ସବରେ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ଐତିହାସିକ ଫଟଚିତ୍ର ପ୍ରଦର୍ଶନୀ ଷ୍ଟଲ୍ ରେ ରଣପୁର ଇତିହାସ ସମ୍ବନ୍ଧିତ ସମସ୍ତ ସୂଚନା ପ୍ରଦାନ କରିଥଲେ। ଭଏସ୍ ଅଫ୍ ଭିକ୍ଟୀମ୍ସ ସାପ୍ତାହିକ ପତ୍ରିକାର ସମ୍ପାଦକ ତଥା ଆଡଭୋକେଟ୍ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ମିଶ୍ରଙ୍କ ପକ୍ଷରୁ ନୂତନ ବର୍ଷର କ୍ୟାଲେଣ୍ଡର ଓ ରଣପୁର ଇତିହାସ ଲେଖା ସମ୍ବଳିତ ଭଏସ୍ ଅଫ୍ ଭିକ୍ଟୀମ୍ସ ପତ୍ରିକା ନିଶୁଳ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା ।