ଅଧାରୁ ପାଠ ଛାଡିଥିବା ବିଦ୍ୟାର୍ଥୀଙ୍କ ପାଇଁ ମେଗା ନାମଲେଖା ଶିବିର : ୧୪ ବର୍ଷରୁ ଉର୍ଦ୍ଧ୍ବ ୩୫ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ପରୀକ୍ଷା ଦେବେ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସିର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଭାବରେ ପରିଚିତ ରଘୁନାଥ ବିଦ୍ୟାପୀଠରେ ଅଧାରୁ ପାଠ ଛାଡିଥିବା ବିଦ୍ୟାର୍ଥୀଙ୍କ ପାଇଁ ନାମଲେଖା ଶିବିର ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମରେ ୧୪ ବର୍ଷରୁ ଉର୍ଦ୍ଧ୍ବ ୩୫ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ପରୀକ୍ଷା ଦେବେ ବୋଲି ଜଣାପଡିଛି।ସୂଚନା ଅନୁଯାୟୀ ବିଦ୍ୟାଳୟ ବାହାରେ କିମ୍ବା ଅଧାରୁ ପାଠ ଛାଡିଥିବା ୧୪ ବର୍ଷରୁ ଉର୍ଦ୍ଧ୍ବ ବୟସର ଛାତ୍ରଛାତ୍ରୀ ମାନଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ/ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ (ଏସଆଇଓଏସ/ଏନଆଇଓଏସ)ନାମଲେଖା ପାଇଁ ଏକ ମେଗା ନାମଲେଖା ଶିବିର ଅନୁଷ୍ଠିତ ହୋଇଛି।ଏହି ଶିବିରରେ ମୋଟ ୩୫ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ନାମଲେଖା ଫର୍ମ ସହିତ ଅନ୍ୟାନ୍ୟ ଦସ୍ତାବିଜ୍ ଦାଖଲ କରିଛନ୍ତି ।ରଘୁନାଥ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ତଥା ରାଜ୍ୟ ମୁକ୍ତ ବିଦ୍ୟାଳୟର ସଂଯୋଜକ ଚନ୍ଦ୍ରଶେଖର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଶିବିରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଆଞ୍ଚଳିକ ସଂଯୋଜକ ମାନେ ଉପସ୍ଥିତ ରହି ଶିକ୍ଷା ସ୍ରୋତରେ ସାମିଲ୍ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ad-week
Leave A Reply

Your email address will not be published.