
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସହର ଅର୍ଣ୍ଣବ ବାତ୍ୟା ପରେ ପ୍ରଳୟଙ୍କରୀ ବନ୍ୟାରେ ଉବୁଟୁବୁ ହୋଇଥିଲା। ସରକାର ଘୋଷଣା କରିଥିଲେ ବନ୍ୟା ପୀଡିତ ପ୍ରତେକ ପରିବାର ମାନଙ୍କୁ ୨୫ ସହ ଟଙ୍କା ୫୦ କେଜି ଚାଉଳ ବନ୍ୟା ହେବାର ଏକ ମାସ ବିତିଲା ଲୋକଙ୍କ ଖାତାକୁ ନା ଆସିଲା ଟଙ୍କା ନା ମିଳିଲା ଚାଉଳ। ସରକାର ଙ୍କ ଘୋଷଣା କେବଳ ଧୂଆଁ ବାଣ ସଦୃଶ୍ୟ ପାଲଟିଛି। ଡବଲ ଇଞ୍ଜିନ ଆସିକା ଅଞ୍ଚଳରେ ଫେଲ ମାରିଛି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକରେ ୨୫ ଟଙ୍କା ୫୦ କେଜି ଚାଉଳ ଦିଆଯାଇଛି। ଆସିକା ସହର ୨୫ ସହ ଟଙ୍କା ୫୦ କେଜି ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଆସିକା ଅଞ୍ଚଳ ର ନିର୍ବାଚିତ ପ୍ରତିନିଧିଙ୍କ “ହମବଡା” ନିତୀ ଯୋଗୁଁ ଆସିକା ଅଞ୍ଚଳରେ ବନ୍ୟା ହେବାର ଏକ ମାସ ବିତିଥିଲେ ମଧ୍ୟ ରିଲିଫ ପାଇବାରୁ ଲୋକେ ବଞ୍ଚିତ ହୋଇଥିବା ଲକ୍ଷ କରାଯାଇଛି। ପ୍ରଶାସନ ପକ୍ଷରୁ ରିଲିଫ କାର୍ଯ୍ୟ କେବଳ ସର୍ଭେରେ ସୀମିତ ରହିଛି।

