ବି.ଏସ.ଏନ.ଏଲ କମ୍ପାନୀ ଆସିକାରେ ପଛରେ ପଡ଼ିଯାଇଛି !

add-all

୫ ଜି ପ୍ୟାକେଜରେ ଘରୋଇ କମ୍ପାନୀ ରହିଥିବା କେତେ ” ଜି” ରେ ସୀମିତ ଭାରତ ସଂଚାର ନିଗମ…..!
ବ୍ରହ୍ମପୁର : ଆଜିକାଲି ଥିବା ଵାଲା ନଥିବା ଵାଲା ସମସ୍ତ ଙ୍କ ହାତରେ ମୋବାଇଲ। ମୋବାଇଲ ଚାହିଦା ଦେଖି ବିଭିନ୍ନ ଘରୋଇ କମ୍ପାନୀ ମାନେ ୫ ଜି ନେଟ ୱାର୍କ ସୁବିଧା ଗ୍ରାହକଙ୍କୁ ଯୋଗାଇ ଆସୁଛନ୍ତି।ବର୍ତ୍ତମାନ ଭାବେ ବିଭିନ୍ନ କମ୍ପାନୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିରହୁଛି।ପ୍ରତିଯୋଗିତା ରୁ ଆସିକା ଅଞ୍ଚଳ ରେ ବି.ଏସ ଏନ.ଏଲ ପଛରେ ପଡ଼ି ଯାଇଛି। ସବୁବେଳେ ନେଟୱାର୍କ ଆସୁନଥିବା ବେଳେ ୩.ଜ ର ମଧ୍ୟ ନେଟ ୱାର୍କ ଆସୁନଥିବା ଜଣା ପଡିଛି। ଲୋକେ ଥଟାରେ କହୁଛନ୍ତି, “ବି.ଏସ.ଏ.ନ.ଏଲ ବାହାରସେ ନାହିଁ ଲଗତା ଭିତର ସେ ନାହିଁ ଲଗତା ବୋଲି। ସ୍ଥାନୀୟ ଅଧିକାରୀ ଙ୍କୁ ନେଟ ୱାର୍କ ସ୍ଲୋ ସାଙ୍ଗକୁ ନେଟ ୱାର୍କ ରେ ବିଭିନ୍ନ ସମସ୍ୟା ସମ୍ପର୍କ ରେ ପଚାରିଲେ କୌଣସି ଉତ୍ତର ମିଳୁନାହିଁ। ନୂଆ ନୂଆ ଟେକନୋଲୋଜି ଘରୋଇ କମ୍ପାନୀ ମାନେ ବ୍ୟବହାର କରୁଥିବା ବେଳେ ବି.ଏସ.ଏ ନ.ଏଲ ପଛରେ ପଡିଯାଇଛି। ଉନ୍ନତ ମାନର ଯନ୍ତ୍ରପାତି ସଂଯୋଗ କରିବା ସହ ନେଟ ୱାର୍କ ଆସିବା ଦିଗରେ ପଦକ୍ଷେପ ନେବାକୁ ସଚେତନ ମହଲରୁ ଦାବୀ ହେଉଛି।

ad-week
Leave A Reply

Your email address will not be published.