ତାଲା ବନ୍ଦ ଘରକୁ କରୁଥିଲେ ଟାର୍ଗେଟ, ମଧ୍ୟରାତ୍ରୀରେ ବୁଲାଉ ଥିଲେ କଳାକାନା..

ନିମଖଣ୍ଡି ପୋଲିସ କୁ ମିଳିଛି ବଡ ସଫଳତା

newyr25

ବ୍ରହ୍ମପୁର : ଏଭଳି ଏକ ଡକାୟତି ଗ୍ୟାଙ୍ଗକୁ ଧରିଛି ନିମଖଣ୍ଡି ଥାନା ପୋଲିସ ଆଉ ଜବତ କରିଛି ସମସ୍ତ ଚୋରି ଗହଣା ଓ ନଗଦ ଟଙ୍କା

ଗତ ମାସ ଡିସେମ୍ବର ୨୮ତାରିଖରେ ପ୍ରହଲ୍ଲାଦ ନଗରର ରାଜେଶ କୁମାର ପଣ୍ଡା ନିମଖଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ଯେ କୋଣାର୍କ ନଗରରେ ରହୁଥିବା ତାଙ୍କ ଭିଣେଇ ସୀମାଞ୍ଚଳ ପାତ୍ରଙ୍କ ତାଲା ବନ୍ଦ ଘରୁ ୨୭ତାରିଖ ମଧ୍ୟରାତ୍ରୀରେ ଡକାୟତି ହୋଇଛି। ଡକାୟତ ମାନେ ତାଙ୍କ ଘରୁ ୧୮୨ଭରି ସୁନା ଅଳଙ୍କାର,୨୯୬ ରୁପା ଅଳଙ୍କାର ଏବଂ ନଗଦ ୮ଲକ୍ଷ୫୦ ହଜାର ଟଙ୍କା ଚୋରି କରିଛନ୍ତି।ଖବର ପାଇ ନିମଖଣ୍ଡି ଥାନା ପୋଲିସ ଏବଂ ସାଇଣ୍ଟିଫିକ ଦଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସ୍ଥାନୀୟ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚକାଇଥିଲା ନିମଖଣ୍ଡି ଥାନା ପୋଲିସ ।ତେବେ ଡକାୟତ ମାନେ ଚୋରି କରି ଏକ ସ୍କୁଟି ଯୋଗେ ଫେରାର ହୋଇ ଯାଇଥିଲେ। ପୋଲିସ ସ୍କୁଟି ଚାଳକ ଗେଟ ବଜାର ଲକ୍ଷ୍ମୀ ନଗରର ଚିଣ୍ଟୁ ଧରିବାରେ ସଫଳ ହୋଇଥିଲା।ତାକୁ ଅଧିକା ପଚରାଉଚରା ପରେ ସେ ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ବିହାର ଅଞ୍ଚଳର ଦୀପକ ପଟ୍ଟନାୟକ ଏବଂ ଗେଟବଜାର ଚନ୍ଦ୍ରମାଣିପେଟା ସାହିର ଆକାଶ ବେହେରା ମୁଖ୍ୟ ଡକାୟତ କରିଥିବା ପୋଲିସ କୁ କହିଥିଲା।ଏବଂ କିଛି ଟଙ୍କା କମିଶନ ପାଇଁ ସେ ଡକାୟତି ପରେ ସେମାନଙ୍କୁ ନିଜ ସ୍କୁଟିରେ ଫେରାର କରିଥିବା ପୋଲିସ ଆଗରେ ମାନିଥିଲ ।ପୋଲିସ ଉଭୟ ଆକାଶ ବେହେରା ଏବଂ ଦୀପକ ପଟ୍ଟନାୟକ ଧରିବାରେ ସଫଳ ହୋଇଛି।ସେମାନଙ୍କ ଠାରୁ ଡକାୟତି ହୋଇଥିବା ସମସ୍ତ ସୁନା ଓ ରୁପା ଅଳଙ୍କାର ଏବଂ ନଗଦ ୮ଲକ୍ଷ ୫୦ ଟଙ୍କା ,ଗୋଟିଏ ସ୍କୁଟି, ଲୁହା କାଟିବା ମେସିନ, ଲୁହାଛଡ଼, ଗୋଟିଏ ବ୍ୟାଗ ଜବତ କରିଛି। ସମସ୍ତ ତିନି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଏସପି ଡାକ୍ତର. ସର୍ବଣା ବିବେକ ଏମ୍ କହିଛନ୍ତି ।

Leave A Reply

Your email address will not be published.