ମାର୍ଚ୍ଚ ୨୬ ବା ଏପ୍ରିଲ ୮ରେ ମହମ୍ମଦ ମୋକିମଙ୍କ ନୂଆ ରାଜନୈତିକ ଦଳ ଘୋଷଣା !

newyr25

କଟକ : ଜାନୁଆରୀରେ ଘୋଷଣା ହେବନି ମହମ୍ମଦ ମୋକିମଙ୍କ ନୂଆ ରାଜନୈତିକ ଦଳ ।  ମାର୍ଚ୍ଚ ୨୬ ବା ଏପ୍ରିଲ ୮ ତାରିଖରେ ଘୋଷଣା ହୋଇପାରେ। ଦଳର ନାଁ କଣ ରହିବ ସେ ନେଇ ବିଚାର ବିମର୍ଶ ଚାଲିଛି। ନୂଆ ଦଳ ଗଠନ ପାଇଁ ପ୍ରସ୍ତୁତି ଚାଲିଥିବା କହିଛନ୍ତି ମହମ୍ମଦ ମୋକିମ ।  ଜାନୁଆରୀ ୧୨ରେ ଦଳ ଘୋଷଣା ହେବ ବୋଲି ପୂର୍ବରୁ ସୂଚନା ଥିଲା ।  ତେବେ ଜାନୁଆରୀ ୧୨ ରେ ଭୁବନେଶ୍ୱର ଠାରେ ମହମ୍ମଦ ମୋକିମଙ୍କ ନେତୃତ୍ବରେ ଯୁବ ନେତା ମାନଙ୍କୁ ନେଇ ଏକ ସମାବେଶ ହେବ ।

ଏହି ସମାବେଶରେ ସାରା ଓଡ଼ିଶାରୁ ପାଖାପାଖି ୧୦୦୦ ରୁ ଅଧିକ ଯୁବ ନେତା ଯୋଗ ଦେବେ ।  ୨୦୩୬ ରେ ଓଡ଼ିଶାକୁ ଶହେ ବର୍ଷ ପୂରଣ ହେବ। ଏହି ଶହେ ବର୍ଷର ଓଡ଼ିଶାକୁ ନେଇ ଯୁବକ ମାନଙ୍କ ସହିତ ଆଲୋଚନା ହେବ। ଓଡ଼ିଶାର ବିକାଶ ଓ ନେତୃତ୍ୱ ବିଷୟକୁ ନେଇ ବିଚାର ବିମର୍ଶ ଓ ଆଲୋଚନା କରାଯିବ ।  ଜାନୁଆରୀ ୧୨ରେ ଯୁବ ଦିବସ ଥିବାରୁ ଯୁବ ନେତୃତ୍ୱଙ୍କୁ ନେଇ ଏହି ସମାବେଶ ଅନୁଷ୍ଠିତ ହେଉଥିବା ମହମ୍ମଦ ମୋକିମ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.