
ଭୁବନେଶ୍ବର: ଗତ କିଛିଦିନ ଭିତରେ ବାରମ୍ବାର ସ୍ଲିପର ବସ ପୋଡି ଘଟଣା ଆସିବା ପରେ ବଡ ପଦକ୍ଷେପ ନେଇଛନ୍ତି ମନ୍ତ୍ରୀ । ପ୍ରତି ବସରେ ପାଣିଟାଙ୍କି ରଖିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ।
ଗତ କିଛିଦିନ ମଧ୍ୟରେ ରାଜ୍ୟରେ ବାରମ୍ବାର ସ୍ଲିପର କୋଚ ବସରେ ଆଗ୍ନିକଣ୍ଡ ଘଟି ଅନେକ କ୍ଷୟଖଟି ଘଟିବ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ପ୍ରତି ସ୍ଲିପର କୋଚ ବସରେ ପାଣିଟାଙ୍କି ଓ ସ୍ପ୍ରିଙ୍କଲର ରଖିବାକୁ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ । ଘରୋଇ ବସ ମାଲିକଙ୍କ ସହ ଆଲୋଚନା ପରେ ମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି । ଏହାସହ ସ୍ଲିପର ବସ ଗୁଡିକ ପାଇଁ ଜାରି ହୋଇଥିବା ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଯାତ୍ରୀ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ବସରେ ଗୋଟିଏ ପାଣିଟାଙ୍କି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ପାଣିଟାଙ୍କି ସହ ସ୍ପ୍ରିଙ୍କଲର ରଖିବାକୁ ମଧ୍ୟ ନିର୍ଦ୍ଦେଶ । ଅଦାଲତ ନିର୍ଦ୍ଦେଶନାମା ଥିବାରୁ କଡାକଡି ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏସି ବସରେ ଅଧିକ ନିଆଁ ଲାଗୁଥିବାରୁ ନିୟମ ଲାଗୁ ପାଇଁ ନିର୍ଦ୍ଦେଶ । ସବୁ ନିୟମକୁ ପାଳନ କରିବାକୁ ମନ୍ତ୍ରୀ କହିଛନ୍ତି ।