ରେଡ୍ ରିବନ କ୍ଲବ୍ ପକ୍ଷରୁ ସ୍ଵାମୀ ବିବେକାନନ୍ଦଙ୍କ ୧୬୩ ତମ ଜୟନ୍ତୀ ଓ ବିଶ୍ୱ ଯୁବ ଦିବସ ପାଳିତ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ରେଡ୍ ରିବନ କ୍ଲବ୍ ଆନୁକୂଲ୍ଯରେ ସ୍ଵାମୀ ବିବେକାନନ୍ଦ ଙ୍କ ୧୬୩ ତମ ଜୟନ୍ତୀ ତଥା ବିଶ୍ୱ ଯୁବ ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ଯକ୍ଷ ଲକ୍ଷ୍ମଣ ପାଳ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ତଥା ଏକାଉଣ୍ଟ ବର୍ସର ସରୋଜ କୁମାର ପାଠୀ ଯୋଗ ଦେଇ ସ୍ୱାମୀ ବିବେକାନନ୍ଦ ଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଦିବସର ମାହାତ୍ମ୍ୟ ଓ ବିବେକାନନ୍ଦ ଙ୍କ ଜୀବନାଦର୍ଶନ ଉପରେ ବ୍ଯାଖ୍ଯା କରିଥିଲେ l

ରେଡରିବନ କ୍ଲବ ଓ ଯୁବ ରେଡକ୍ରସର ଜିଲ୍ଲା ସଂଯୋଜକ ଡ.ବିଭୂତି ଭୂଷଣ ଆଚାର୍ଯ୍ଯ, କାଉନସେଲର ମାନସ ରଂଜନ ପ୍ରଧାନ ଉପସ୍ଥିତ ରହି ବିବେକାନନ୍ଦ ଙ୍କ ବିଭିନ୍ନ ସ୍ମୁତି ଗୁଡିକୁ ଦୋହରାଇଥିଲେ l ଏଥି ନିମନ୍ତେ ଆୟୋଜିତ ବକୃତା ଓ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନେ ନିଜ ନିଜର ପ୍ରତିଭା ବକ୍ତବ୍ଯ ପ୍ରଦାନ କରି ଅତିଥି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ l

ad-week
Leave A Reply

Your email address will not be published.