ନୂଆ ଲୋକସେବା ଭବନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

newyr25

ଭୁବନେଶ୍ୱର : ଆଗକୁ ବିଧାନସଭା ଆସନ ସଂଖ୍ୟା ବଢିପାରେ । ବିଧାନସଭାରେ ଆଉ ୫୦ଟି ସିଟ୍ ବଢ଼ିପାରେ । ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ହେବ ନୁଆ ଲୋକସେବା ଭବନ ଓ ବିଧାନସଭା । ସୀମା ନିର୍ଦ୍ଧାରଣ ପରେ ବଢ଼ିପାରେ ବିଧାନସଭା ସିଟ୍ ସଂଖ୍ୟା ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ୭୦ ବର୍ଷ ପରେ ନୂଆ ରୂପ ନେବ ଲୋକସେବା ଭବନ ଓ ବିଧାନସଭା । ପୂରୁଣା ଲୋକସେବା ଭବନର ସୁରକ୍ଷା ଓ ସ୍ଥାନ ଅଭାବକୁ ଦୂର କରିବା ପାଇଁ ରାଜ୍ୟ ସରକାର ନୂଆ ଓ ଅତ୍ୟାଧୁନିକ ପ୍ରଶାସନିକ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ଯୋଜନା କରିଛନ୍ତି ।

ଆଜି ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରକଳ୍ପ ନେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଏଥିପାଇଁ ୩ହଜାର ୬୨୩କୋଟି ଖର୍ଚ୍ଚ କରିବେ ସରକାର । ୭୧.୧୩ ଏକର ଜମିରେ ନିର୍ମାଣ ହେବ । ବର୍ତ୍ତମାନର ଲୋକସେବା ଭବନକୁ ୭୦ ବର୍ଷରୁ ଅଧିକ ସମୟ ହୋଲାଣି । ଏହାର ଅନେକ ଅଂଶ ଏବେ ଅସୁରକ୍ଷିତ। ବିଭିନ୍ନ ବିଭାଗ ଗୁଡ଼ିକ ଅଲଗା ଅଲଗା ଜାଗାରେ ରହିଥିବାରୁ କାମ କରିବାରେ ଅସୁବିଧା ହେଉଛି। ସରକାରୀ ବିଭାଗ ଓ କର୍ମଚାରୀଙ୍କ ସଂଖ୍ୟା ବଢ଼ୁଥିବାରୁ ବଡ଼ ଓ ନୂଆ କୋଠାର ଆବଶ୍ୟକତା ରହିଛି । ଲୋକସେବା ଭବନକୁ ଅତ୍ୟାଧୁନିକ ଭବନ ଭାବେ ଗଢ଼ିବା ମୁଖ୍ୟମନ୍ତ୍ରୀଙ୍କର ବହୁ ପ୍ରତିକ୍ଷିତ ଯୋଜନା ଥିଲା । ନୂଆ ବିଧାନସଭା ହଲରେ ୩୦୦ ଜଣ ସଦସ୍ୟ ବସିବା ଭଳି ବ୍ୟବସ୍ଥା କରାଯିବ।

Leave A Reply

Your email address will not be published.