ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ଛାଡ଼ିଲେ ବରିଷ୍ଠ IAS ଅଧିକାରୀ ଅରବିନ୍ଦ ପାଢ଼ୀ

add-all

ଭୁବନେଶ୍ୱର: ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ । ବରିଷ୍ଠ IAS ଅଧିକାରୀ ଅରବିନ୍ଦ ପାଢ଼ୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ଛାଡ଼ିବା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ ଛାଡିବା ବେଳେ ଏକ ପୋଷ୍ଟରେ ଲେଖିଛନ୍ତି, “ପ୍ଲାଟଫର୍ମରେ ମୋର ଉପସ୍ଥିତି ସବୁବେଳେ ସରଳ ନୀତି ଉପରେ ଆଧାରିତ ଥିଲା। ବ୍ୟକ୍ତିଗତ, ସକରାତ୍ମକ ଓ ଗଠନମୂଳକ ଚିନ୍ତାଧାରା ବାଣ୍ଟିବା ଥିଲା ମୋର ନୀତି। ମୁଁ ସଚେତନ ନାଗରିକ ଭାବରେ ସବୁବେଳେ ନକାରାତ୍ମକ କଥାଠାରୁ ଦୂରେଇ ରୁହେ।

କିନ୍ତୁ, ନିକଟରେ କିଛି ମନ୍ତବ୍ୟ ମୋ ନଜରକୁ ଆସିଛି ଯାହା ଅତି ଅଶୋଭନୀୟ। ଏଭଳି ନକାରାତ୍ମକ କଥାକୁ ଗୁରୁତ୍ୱ ଦେଇ ନିଜର ଲକ୍ଷ୍ୟ ଓ ସକରାତ୍ମକତାରୁ ଦୂରେଇ ଯିବା ଅପେକ୍ଷା, ମୁଁ କିଛି ସମୟ ପାଇଁ Xରୁ ଦୂରେଇ ରହିବାକୁ ସ୍ଥିର କରିଛି। ଏଭଳି ଲୋକଙ୍କୁ ଭଲ ଚିନ୍ତାଧାରା, ସହାନୁଭୂତି ଓ ସଦଜ୍ଞାନ ଦେବାକୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି।

ad-week
Leave A Reply

Your email address will not be published.