ମଞ୍ଚରେ ବାପା ମହମ୍ମଦ ମୋକିମଙ୍କୁ ପ୍ରଶଂସା କଲେ ସୋଫିଆ

newyr25

ଭୁବନେଶ୍ୱର: ଖୋଲା ମଞ୍ଚରେ ବାପା ମହମ୍ମଦ ମୋକିମଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ସୋଫିଆ ଫିର୍ଦ୍ଦୋସ । ମୋକିମ୍‌ ଫାଉଣ୍ଡେସନ ଯୁବ ସମାବେଶରେ ପ୍ରଶଂସା ଯୋଗ ଦେଇ ସୋଫିଆ ବାପାଙ୍କୁ ଖୁବ ପ୍ରଶଂସା କରିଛନ୍ତି । ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢିଛନ୍ତି କେହି ତାଙ୍କୁ ଅଟକାଇ ପାରିବେ ନାହିଁ । ନଡରି ବାପାଙ୍କ ଲଢେଇରେ ସମସ୍ତଙ୍କୁ ସାମିଲ୍‌ ହେବାକୁ ପଡିବ । ରାଜନୀତିରେ ପାଦ ଦେବା ଆଗରୁ ବାପା କଟକବାସୀଙ୍କ ସେବା କରୁଥିଲେ । ଏବେ କଟକବାସୀ ମତେ ବିଧାୟିକା କରିଛନ୍ତି । ଦେଶକୁ ଗଢିବା ପାଇଁ ସବୁ ଯୁବକଙ୍କୁ ଏକ ହେବାକୁ ପଡିବ ବୋଲି ସୋଫିଆ କହିଛନ୍ତି ।

ନିକଟରେ ମହମ୍ମଦ ମୋକିମ୍‌ କଂଗ୍ରେସରୁ ବହିଷ୍କୃତ ହେବା ପରେ ନିଜେ ଏକ ଆଞ୍ଚଳିକ ଦଳ ଗଠନ କରିବେ ବୋଲି ଅଣ୍ଟା ଭିଡିଛନ୍ତି । ଏଥିରେ ତାଙ୍କ ସହିତ ଅନେକ ନେତା ଯୋଗ ଦେବାକୁ ଯୋଗାଯୋଗରେ ଅଛନ୍ତି ବୋଲି ମୋକିମ କହିଛନ୍ତି ।

Leave A Reply

Your email address will not be published.