
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଇଲାକାର ବିଭିନ୍ନ ଅଞ୍ଚଳରୁ ବିପୁଳ ପରିମାଣରେ ପୋଚ ନଷ୍ଟ ଚୋରା ଦେଶୀ ମଦ ଜବତ। ଆଜି ଆସିକା ପୋଲିସ ପକ୍ଷରୁ ଚୋରା ଦେଶୀ ମଦ ପ୍ରସ୍ତୁତ ହେଉଥିବା ବେଆଇନ ଦେଶୀ ମଦ ପାଇଁ ମହଜୁଦ ଥିବା ୫ ହଜାର ପୋଚ କୁ ନଷ୍ଟ କରାଯିବା ସହ ୧୫୫ ଲିଟର ଦେଶୀ ରନ୍ଧା ମଦ କୁ ଜବତ କରିବା ସହ ୫ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଆସିକା ଅଞ୍ଚଳ ରୁ ଚୋରା ଦେଶୀ ମଦ ଜିଲ୍ଲା ସମେତ ଜିଲ୍ଲା ବାହାରକୁ ଚାଲାଣ ହେବାର ନଜିର ରହିଛି।ଡିସେମ୍ବର ୧୫ ତାରିଖ ଦିନ ଆସିକା ଅଞ୍ଚଳ ରୁ ଭୁବନେଶ୍ୱର ପିତା ପଲ୍ଲୀ ନିକଟରେ ବିପୁଳ ପରିମାଣର ଦେଶୀ ମଦ ଚାଲାଣ ବେଳେ ୪ ଜଣ ଯୁବକ ଗିରଫ ହୋଇଥିଲେ। ଆସିକା ଅଞ୍ଚଳ ରେ ଅବକାରୀ ବିଭାଗ କାମ ପୋଲିସ କରୁଥିବା ଲକ୍ଷ କରାଯାଇଛି। ଆସିକା ଅଞ୍ଚଳ ରେ ସ୍ୱଳ୍ପ ସମୟ ମଧ୍ୟରେ ପୋଚ ପ୍ରସ୍ତୁତ ବେଳେ ସେଥିରେ ରାଜା ପିଢ଼ିଆ ଓ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ଦେଶୀ ମଦ ପ୍ରସ୍ତୁତି ରେ ପ୍ରୟୋଗ କରାଯାଉଥିବା ଅଭିଯୋଗ ହୋଇ ଆସୁଛି। ଆଜିର ଏହି ଚଢ଼ାଉ ରେ ଆସିକା ଥାନା ଅଧିକାରୀ କୁଳମଣୀ ସେଠି ଙ୍କ ସମେତ ଦୁଇ ପ୍ଲାଟୁନ ପୋଲିସ ସ୍କ୍ୱାଡ଼ ସାମିଲ ହୋଇଥିବା ଜଣାପଡିଛି। ପୋଲିସ ପକ୍ଷରୁ ୟୁରିଆ ସାର ଓ ଗୁଡ଼ ଜବତ କରାଯାଇଛି। ଆଜିର ଏହି ଚଢ଼ାଉ ପରେ ଚୋରା ମଦ ବ୍ୟବସାୟୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।