ପାଣି ପଞ୍ଚାୟତପକ୍ଷ ପାଳନ ସମାରୋହ – ୨୦୨୬ ଉଦଘାଟିତ

newyr25

ନୟାଗଡ଼ (ନିସର୍ତ୍ତ) : ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଦ୍ଵାରା ନୟାଗଡ଼ ଜିଲ୍ଲା ସୃଜନ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ – ୨୦୨୬ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି।

ଚାଷୀ ଭାଇ ଓ ଭଉଣୀମାନଙ୍କୁ ସଶକ୍ତ କରିବା ପାଇଁ ଜଳର ସୁବିନିଯୋଗ ଓ ସୁପରିଚାଳନା ଦ୍ଵାରା ଅଧିକ ଉତ୍ପାଦନ ନିମନ୍ତେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଅନ୍ତର୍ଗତ ପ୍ରତିଟି ବୁନ୍ଦା ଅଧିକ ଫସଲକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ପାଣି ପଞ୍ଚାୟତ ପକ୍ଷ ଆୟୋଜନ କରାଯାଇଛି l ତେଣୁ ଜଳ ସଂରକ୍ଷଣ ଉପରେ ଧ୍ୟାନ ଦେବା ଦ୍ଵାରା ଉଭୟ ଖରିଫ ଓ ରବି ଫସଲ ଅଧିକ ଉତ୍ପାଦିତ ହେବା ସହ କୃଷକ ବନ୍ଧୁମାନେ ଏହାର ଲାଭ ପାଇ ପାରିବେ l ସେହିପରି ଜଳ ଉତ୍ସ ଗୁଡ଼ିକର ସଠିକ ବିନିଯୋଗ ଦ୍ଵାରା ମହିଳା ଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ପାଇଁ ପାଣି ପଞ୍ଚାୟତ ବରଦାନ ସଦୃଶ ସାବ୍ୟସ୍ତ ହେବା ସହ ଅର୍ଥକାରୀ ଅଣ ଧାନ ଫସଲ ଗୁଡ଼ିକର ଉତ୍ପାଦନ ବୃଦ୍ଧି ହେବାର ବ୍ୟାପକ ସମ୍ଭାବନା ରହିଛି l

ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଜଳ ସଂରକ୍ଷଣ ଓ ଅଧିକ ଉତ୍ପାଦନପାଇଁ ପ୍ରସ୍ତୁତ ଗବେଷଣାଧର୍ମୀ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ହୋଇଥିଲା । ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଅସାଧାରଣ ଜ୍ଞାନ ଓ ବିଜ୍ଞାନ ପାଇଁ ଅହେତୁକ ଆକର୍ଷଣ ଦେଖିବାକୁ ମିଳିଥିଲା I

Leave A Reply

Your email address will not be published.