ଆସିକା ପୋଲିସ ଆକ୍ସନ ମୁଡ଼ରେ, ବିଭିନ୍ନ ସ୍ଥାନରୁ ଚୋରା ବାଲି ଚାଲାଣ ବେଳେ ୯ ହାଇୱା ଅଟକ…..

newyr25


ବ୍ରହ୍ମପୁର: ଆସିକା ଅଞ୍ଚଳ ରେ ବେଆଇନ ବାଲି ଘାଟ ଚାଲିଛି। ବହୁ ଚର୍ଚ୍ଚିତ କେନ୍ଦୁପଦର ବେଆଇନ ବାଲି ଘାଟ ରୁ ଜେସିବି ଓ ହାଇୱା ଜବତ କରିବା ପରେ ବିନା ଜରିମାନା ରେ ଛାଡ଼ି ଦେବା ଯୋଗୁଁ ଜୁନିଅର ମାଇନିଙ୍ଗ ଅଫିସର ନିଲମ୍ବିତ ହୋଇଥିଲେ। ଏହି ବେଆଇନ ଘାଟ ଉପରେ ମହିଳା ନେତ୍ରୀ ଅଚାନକ ଚଢ଼ାଉ କରି କିଛି ହାଇୱା ଜେସିବି ଧରି ପ୍ରଶାସନ କୁ ହସ୍ତାନ୍ତର କରିଥିଲେ। ମାଇନିଙ୍ଗ ବିଭାଗ ଓ ରାଜସ୍ବ ବିଭାଗ ସମ୍ପୂର୍ଣ୍ଣ ଚୁପଚାପ ରହିବା ଫଳରେ ବେଆଇନ ବାଲି ଚୋରା ଚାଲାଣ ଖୁଲାମ ଖୁଲା ହେଉଛି। ଆଜି ଭୋରରେ ଆସିକା ପୋଲିସ ପକ୍ଷରୁ ବିଭିନ୍ନ ରାଜପଥ ରୁ ବେଆଇନ ଭାବେ ଚୋରା ବାଲି ଚାଲାଣ ବେଳେ ୯ ଟି ହାଇୱା କୁ ଧରିଆଣି ପୋଲିସ ଥାନା ସମ୍ମୁଖରେ ରେ ଅଟକ ରଖାଯାଇଛି। ୱାଇ ଫର୍ମ ଓ ଅନ୍ୟ ନଥିପତ୍ର ଯାଞ୍ଜ କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.