
କେନ୍ଦୁଝର : ଓଡ଼ିଶାର ପ୍ରଥମ ୧୦୦ ଶଯ୍ୟା ବିଶିଷ୍ଟ ହ୍ୟାଣ୍ଡବଲ ସ୍ପୋର୍ଟ୍ସ ହଷ୍ଟେଲର ପ୍ରତିଷ୍ଠା ହେବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ରାଜ୍ୟରେ କ୍ରୀଡାର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ସରକାର । କେନ୍ଦୁଝର ଜିଲ୍ଲାରେ ରାଜ୍ୟର ପ୍ରଥମ ହ୍ୟାଣ୍ଡବଲ ସ୍ପୋର୍ଟସ ହଷ୍ଟେଲ ପ୍ରତିଷ୍ଠା କରାଯିବ । ୯.୩୭ କୋଟି ଟଙ୍କା ବ୍ୟୟରେ ଏହି ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ହେବ ନିର୍ମାଣ । ଏଥିରେ ୫୦ ଜଣ ପୁଅ ଓ ୫୦ ଜଣ ଝିଅ ରହି ହ୍ୟାଣ୍ଡବଲ ଖେଳିବାର ସୁଯୋଗ ପାଇବେ । ଯାହାଦ୍ଵାରା ସେମାନେ ଆଗାମୀ ଦିନରେ ଜିଲ୍ଲା ତଥା ରାଜ୍ୟର ପାଇଁ ସୁନାମ ଆଣିବେ । ଏହାକୁ ନେଇ ହ୍ୟାଣ୍ଡବଲ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।