ବୈତରଣୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

add-all

ପାଟଣା: ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ପୁଣ୍ୟତୋୟା ବୈତରଣୀରେ ମକର ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦୁଝର ଜିଲ୍ଲା ପାଟଣାରେ ଥିବା ବୈତରଣୀ ନଦୀର ଶୈବ୍ୟା କାବେରୀ ଘାଟରେ ପତ୍ନୀଙ୍କ ସହ ମୁଖ୍ୟମନ୍ତ୍ରୀ ବୁଡ଼ ପକାଇଛନ୍ତି। ପରେ ପରମେଶ୍ଵର ବନ୍ଦିର ଏବଂ ଆନନ୍ଦେଶ୍ଵର ମନ୍ଦିରରେ ପୂଜାର୍ଚ୍ଚନା କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି । ଗତବର୍ଷ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈତରଣୀ ନଦୀର ଅନସୂୟା ତୀର୍ଥ ଘାଟରେ ବୁଡ଼ ପକାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଦୁଇଜଣ ବନ୍ଧୁ ମଧ୍ୟ ବୁଡ଼ ପକାଇଥିଲେ। ପୂର୍ବରୁ ୨୦୨୨ରେ ବିଧାୟକ ଥିବାବେଳେ ପାଟଣାରେ ଥିବା ବୈତରଣୀ ନଦୀର ଅନସୂୟା ତୀର୍ଥ ଘାଟରେ ବୁଡ଼ ଦେଇଥିଲେ।

ad-week
Leave A Reply

Your email address will not be published.