ଚୁଲିରେ ପଡି ଦୁଇ ମାସର ଶିଶୁ ଗୁରୁତର

add-all

ଜଳେଶ୍ୱର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଚାଲନ୍ତି ଗାଁରେ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପଡି ଏକ ଦୁଇ ମାସର ଶିଶୁ ଗୁରୁତର ହୋଇଛି। ସୂଚନା ଅନୁସାରେ ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଜଳେଶ୍ୱର ଥାନା ମହମ୍ମଦ ନଗର ପାଟଣା ପଞ୍ଚାୟତ ଚାଲନ୍ତି ଗାଁର ତାରନ ହେମ୍ବ୍ରମଙ୍କ ପରିବାର ଲୋକେ ମଙ୍ଗଳବାର ସନ୍ଧ୍ୟା ସମୟରେ ବସି ଅଗଣାରେ ଥିବା ଚୁଲିରେ ନିଆଁ ଲଗାଇ ନିଆଁ ପାଖରେ ବସିଥିଲେ।

ତାରନଙ୍କ ସ୍ତ୍ରୀ ମଧ୍ୟ ଛୁଆକୁ ଧରି ଚୁଲି ପାଖରେ ଥିବା ବସିଥିଲେ। ହେଲେ ମା’ର ଅସାବଧାନତା ପାଇଁ ପିଲାଟି ଚୁଲିରେ ପଡି ଯାଇଥିଲା। ପରିବାର ଲୋ​‌କେ ତୁରନ୍ତ ଚୁଲି ଭିତରୁ ପିଲାକୁ ଉଦ୍ଧାର କରି ବସ୍ତା ମେଡିକାଲକୁ ନେଇଥିଲେ। ପିଲାଟିର ଅର୍ଦ୍ଧାଧିକ ଅଂଶ ପୋଡି ଯାଇଥିବା ଜଣାପଡିଛି। ଗୁରୁତର ପିଲାକୁ ତୁରନ୍ତ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବାଲେଶ୍ଵର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ad-week
Leave A Reply

Your email address will not be published.