
ବଣାଇ: ବଡ଼ଧରଣର ଡକାୟତ ଗ୍ୟାଙ୍ଗ ଗିରଫ । ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ୩ ଆନ୍ତଃରାଜ୍ୟ ଡକାୟତ ଗିରଫ । ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଆଉ ୬ରୁ ୭ ଡକାୟତ । ସୁନ୍ଦରଗଡ ଜିଲ୍ଲା ଟିକାୟତପାଲି ଥାନା ଚନ୍ଦ୍ରପୁର ଗାଁରୁ ୩ ଡକାୟତଙ୍କୁ ଗିରଫ କରିଛି ପୋଲିସ । ଏକ ଖେଳ ପଡ଼ିଆରେ ପ୍ରାୟ ୧୦ଜଣ ଡକାୟତ ଡକାୟତି ଯୋଜନା କରୁଥିବା ଖବର ପାଇଥିଲା ପୋଲିସ ।
ଟିକାୟତପାଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରୁ କିଛି ଖସି ପଳାଇଥିଲେ । ଝାଡ଼ଖଣ୍ଡରୁ ଦୁଇ ଜଣ ଓ ସୁନ୍ଦରଗଡ଼ରୁ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ଠାରୁ ମାରଣାସ୍ତ୍ର ସମେତ ପାଇଁ ନଗଦ ଟଙ୍କା ଜବତ କରିଥିଲେ । ଗିରଫ ଡକାୟତଙ୍କ ନାଁରେ ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲା ରହିଛି । ଖସି ପଳାଇଥିବା ଡକାୟତଙ୍କୁ ଧରିବାକୁ ତନାଘନା ଚଳାଇଛି ପୋଲିସ ।