ମାଞ୍ଜା ସୂତା ଲାଗି କଟିଲା ବେକ, ଅବସ୍ଥା ଗୁରୁତର

newyr25

ବାଲେଶ୍ୱର: ମକର ସଂକ୍ରାନ୍ତିରେ ଗୁଡ଼ିର ମାଞ୍ଜା ସୂତା ଲାଗି କଟିଲା ବେକ । ଢେଙ୍କାନାଳ ପରେ ବାଲେଶ୍ୱର ଜିଲ୍ଲାରୁ ସାମ୍ନାକୁ ଆସିଲା ବଡ଼ ଅଘଟଣ ।
ମକର ସଂକ୍ରାନ୍ତିରେ ଘାତକ ସାଜିଲା ଗୁଡ଼ିରେ ମାଞ୍ଜା ସୂତା ବ୍ୟବହାର । ମାଞ୍ଜା ସୂତା ଲାଗି କଟିଲା ବେକ । ଢେଙ୍କାନାଳ ପରେ ସାମ୍ନାକୁ ଆସିଲା ବାଲେଶ୍ୱର ଅଘଟଣ । ମାଞ୍ଜା ସୂତା ଲାଗି ଜଣେ ଯୁବକଙ୍କ ବେକ କଟିଯାଇଛି । ଯୁବକ ଜଣକ ବାଇକ ଯୋଗେ ଯାଉଥିବା ସମୟରେ ତାମୁଳିଆ ପୋଲ ଉପରେ ତାଙ୍କ ବେକରେ ମାଞ୍ଜା ସୂତା ଲାଗିଥିଲା । ଫଳରେ ଯୁବକ ଜଣକ ଆହତ ହୋଇଥିଲେ । ଆହତ ଯୁବକ ଜଣକ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

Leave A Reply

Your email address will not be published.