
ରାଇଘର : ପଡ଼ୋଶୀ ଛତିଶଗଡ଼ ଅନ୍ତର୍ଗତ ପାଖଞ୍ଜର ଠାରେ ଆୟୋଜିତ ମେଳାକୁ ଯାଉଥିବା ଏକ ଯାତ୍ରୀବାହୀ ଗାଡ଼ି କୋମଲପୁର ନିକଟରେ ଦୁର୍ଘଟଣାର ସାମ୍ନା କରିଛି। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛିl ମୃତକମାନେ ହେଲେ ମାଳତୀ ମଜୁମଦାର ଏବଂ ଓମ୍ ପ୍ରକାଶ।
ସୂଚନା ଅନୁଯାଇ ଆଜି ପାଖଞ୍ଜର ମେଳାକୁ ଉଭୟ ଓଭୟ ଓଡ଼ିଶା ଏବଂ ଛତିଶଗଡ଼ର ଲୋକ ଯାଉଥିଲେ। ଏହି ଦଳରେ ନବରଂଗପୁର ଜିଲ୍ଲା ରାଇଘର ବ୍ଲକ ଅଧୀନ ପାଉରବେଲା-୨ ଗ୍ରାମର ନିର୍ମଳ ମଜୁମଦାରଙ୍କ ପତ୍ନୀ ମାଳତୀ ମଜୁମଦାର ଓ ଛତିଶଗଡ଼ର କାଙ୍କେର ଜିଲ୍ଲା କେଶକାଲ ଅନ୍ତର୍ଗତ ଓମ୍ପ୍ରକାଶଙ୍କ ସମେତ ୧୭ଜଣ ଯାତ୍ରୀ ଏକ ଯାତ୍ରୀବାହୀ ଗାଡ଼ି (CG 17 KJ 8609) ରେ ଏକତ୍ର ଯାଉଥିବା ବେଳେ ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଖାଲରେ ଖସି ପଡ଼ିଥିଲାl
ଗୁରୁତରମାନଙ୍କୁ ପ୍ରଥମେ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୧୨ ଜଣଙ୍କର ଚିକିତ୍ସା ଜାରି ରହିଛି। ଗାଡ଼ିଟି ଦ୍ରୁତଗତିରେ ଯାଉଥିବାରୁ ଭାରସାମ୍ୟ ହରାଇଥିବା କିଛି ଯାତ୍ରୀ ପ୍ରକାଶ କରିଛନ୍ତିl ଏହି ଘଟଣା ପାଇବା ପରେ ସମ୍ପର୍କୀୟମାନେ ମେଡିକାଲରେ ପହଂଚିବା ପରେ ପରିବେଶ ଶୋକାକୁଳ ସୃଷ୍ଟି ହୋଇଛିl କିଛି ଆହତ ଗୁରୁତର ଥିବାରୁ ସେମାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛିl