ବୋମା ଖାଇ ହାତୀ ଗୁରୁତର

add-all

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବନ୍ତଳା ଅଞ୍ଚଳରେ ଗୁରୁବାର ଦିନ ଏକ ହାତୀ କଞ୍ଚା ବୋମା ଚୋବାଇ ଦେବା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ବନ୍ତଳା ରେଞ୍ଜ ଅନ୍ତର୍ଗତ ବାଲୁକାଟା ଗ୍ରାମର ପଥରଗଡ଼ା ସାହି ନିକଟରେ ଏହି ଘଟଣା ଘଟିଛି।

ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇବା ପରେ ବନ ବିଭାଗ ଅଧିକାରୀମାନେ ଆହତ ଅଣ୍ଡିରା ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି। ଯାହାର ବୟସ ପ୍ରାୟ ଛଅରୁ ସାତ ବର୍ଷ ବୋଲି କୁହାଯାଉଛି।ତେବେ ବନ୍ୟପ୍ରାଣୀ ଶିକାର ପାଇଁ ଜଙ୍ଗଲରେ ବେଆଇନ ଭାବରେ ରଖାଯାଇଥିବା ଏକ କଞ୍ଚା ବୋମାକୁ ହାତୀଟି ଭୁଲବଶତଃ ଚୋବାଇ ଖାଇଥିବା ସନ୍ଦେହ କରାଯାଉଛି।

ଏହି ଘଟଣା ପ୍ରାୟ ପାଞ୍ଚରୁ ଛଅ ଦିନ ପୂର୍ବେ ଘଟିଥିବା ଅନୁମାନ କରାଯାଉଛି। ବିସ୍ଫୋରଣରେ ହାତୀର ପାଟି ଭିତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ପ୍ରବଳ ଯନ୍ତ୍ରଣା ଯୋଗୁ ସେ ଠିକ୍ ଭାବରେ ଖାଇପାରୁନଥିବା ପ୍ରକାଶ କରିଛନ୍ତି ପ୍ରାଣୀ ଚିକିତ୍ସିକ। କପିଳାଶ, ଅନୁଗୁଳ ଏବଂ ସାତକୋଶିଆର ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି।

ad-week
Leave A Reply

Your email address will not be published.