ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି; ମୋବାଇଲ ଧରି ପ୍ରବେଶ କଲେ ଭକ୍ତ

newyr25

ପୁରୀ: ବାରମ୍ବାର ପୁରୀ ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଆନନ୍ଦବଜାର ପରିସରରେ ମୋବାଇଲ୍‌ରେ କଥା ହେଉଥିବା ଦେଖିବାକୁ ମିଳିଛି । ତେବେ ବ୍ୟକ୍ତି ଜଣଙ୍କ କିପରି ଏତେ ସୁରକ୍ଷା ବଳୟକୁ ଭେଦ କରି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେଇ କଥା ହେଲେ, ତାହାକୁ ନେଇ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଶ୍ରୀମନ୍ଦିର ଆନନ୍ଦ ବଜାର, ଚାହାଣି ମଣ୍ଡପ ନିକଟରେ ସେହି ବ୍ୟକ୍ତି ମୋବାଇଲ ଧରି ଗପୁଥିବାର ଭିଡିଓ ଭାଇରଲ ହୋଇଛି । ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଫଟୋ କିଏ ଉଠାଇଲା ତାହା ସ୍ପଷ୍ଟ ହୋଇନି । ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି ।

ଅନେକ ସମୟରେ ବ୍ୟକ୍ତିମାନ ମୋବାଇଲ ଶ୍ରୀମନ୍ଦିରକୁ ନେଇ କଥାହେବା ସହ ଫଟୋ ଭିଡିଓ ଉତ୍ତୋଳନ କରୁଛନ୍ତି । କୌଣସି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍‌ ନେଇ ପ୍ରବେଶ କଲେ ତାଙ୍କୁ ଜରିମାନା ଆଦାୟ ନିୟମ ରହିଛି । ତେଣୁ ପୋଲିସ ଏଥିପ୍ରତି ଅଧିକ ସଚେତନ ହେବା ସହ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉ ବୋଲି ଶ୍ରଦ୍ଧାଳୁ ଓ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ।

Leave A Reply

Your email address will not be published.