ରୋଷୋଇ ସମୟରେ ଗ୍ୟାସ ଟାଙ୍କିରେ ଲାଗିଲା ନିଆଁ, ଦୁର୍ଘଟଣାରୁ ଅଳ୍ପେକେ ବର୍ତ୍ତିଲେ ପରିବାର…

newyr25


ମାଲକାନଗିରି : ଆଜି ସଦର ମହକୁମା ପୁରୁଣା ପୋଷ୍ଟଅଫିସ ସାହି ବି ପ୍ରକାଶଙ୍କ ଘରେ ମକର ସଂକ୍ରାନ୍ତି ବା ପୋଙ୍ଗଲ ପାଇଁ ଉତ୍ସବ ମୁଖର ହୋଇଥିବା ବେଳେ ପାରମ୍ପାରିକ ରୀତି ନୀତି ଅନୁସାରେ ପିଠାପଣା କରିବା ନିମନ୍ତେ ଜୋର ସୋରରେ ପ୍ରସୁତି ହେଉଥିଲା । ପରମ୍ପରା ଅନୁସାରେ ପରିବାର ର ସମସ୍ତ ସଦସ୍ୟ ନୂତନ ପୋଷାକ ପିନ୍ଧି ବିଭିନ୍ନ ପିଠାପଣା ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ପୂର୍ବପୁରୁଷ ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ନିଁମନ୍ତେ ପ୍ରସ୍ତୁତ ହେଉଥିଲେ । ଘରେ ହସଖୁସି ର ମୋହାଲ ରହିଥିବା ବେଳେ ଘରର ଗୃହୀଣୀ ରୋଷେଇ କରିବାକୁ ଯିବା ବେଳେ ହଠାତ ଗ୍ୟାସ ଚୁଲିରୁ ଗ୍ୟାସ ଲିକ ହେବା ସହ ଚୁଲିରେ ନିଆଁ ନ ଲାଗି ଗ୍ୟାସ ସିଲିଣ୍ଡର ରେଗୁଲେଟର ରେ ନିଆଁ ଲାଗିଥିଲା ନିଆର ପ୍ରକୋପ ଏତେଥିଲା ଯେ ନିଆଁ ଘରର ଛାତ ପର୍ଯ୍ୟନ୍ତ ବ୍ୟାପିଥିଲା । ଯା ଫଳରେ ଘରେ ଏକ ଭୟର ବାତାବରଣ ଖେଳି ଯାଇଥିଲା ପରିବାର ର ଲୋକେ ନିଆଁକୁ ଆୟତ୍ତ କରିବାକୁ ବହୁ ଚେଷ୍ଟା କରିଥଲେ ମଧ୍ୟ ସଫଳ ହୋଇନଥିଲେ । ପରିବାର ସଦସ୍ୟ ମାନେ ତୁରନ୍ତ ଅଗ୍ନିଶ୍ରମ ବିଭାଗକୁ ଖବର ଦେଇଥିଲେ ,ଖବର ପାଇଁ ଘଟଣା ସ୍ଥଳରେ ଅଗ୍ନିଶ୍ରମ ବାହିନୀ ପହଁଚି ସତର୍କତାର ସହ ନିଆଁ ଉପରେ ଅଗ୍ନି ନିରୋଧକ ସ୍ପ୍ରେ ଦ୍ୱାରା ନିଆଁକୁ ଆୟତ୍ତ କରିଥିଲେ । ଏହି ଘଟଣାରେ ପରିବାର କେହି ସଦସ୍ୟ ଆହତ ହୋଇନଥିବା ବେଳେ ଘରର କିଛି ଆସବାବ ପତ୍ର ନଷ୍ଟ ହୋଇଥିବା ଗୃହ ମାଲିକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.