ମୁକୁଳା ଡ୍ରେନରେ ପଡି ଯୁବକ ମୃତ

newyr25

ଭୁବନେଶ୍ବର: ରାଜଧାନୀରେ ଜୀବନ ନେଲା ମୁକୁଳା ଡ୍ରେନ । ସାଲିଆସାହିରେ ମୁକୁଳା ଡ୍ରେନରେ ପଡି ଯୁବକ ମୃତ ।
ରାଜଧାନୀ ସହରରେ ପୁଣି ମୁଣ୍ଡ ନେଲା ମୁକୁଳା ଡ୍ରେନ । ଉତ୍ତର ଭୁବନେଶ୍ୱର ସାଲିଆସାହିରେ ଘଟିଛି ଏହି ଅଘଟଣ । ଘଟଣା ଅନୁସାରେ ସଲିଆସାହିରେ ନୂଆ ରାସ୍ତା ନିର୍ମାଣ ପାଇଁ ଡ୍ରେନ ମୁକୁଳା ପଡିଥିଲା । ଏହି ମୁକୁଳା ଡ୍ରେନରେ ସାଲିଆସାହିର ଜଣେ ଯୁବକ ପଡି ଗୁରୁତର ଆହତ ହୋଇଥିଲେ । ଫଳରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆ ଯାଇଥିଲା । କ୍ୟାପିଟାଲ ହସ୍ପିଟାଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.