ଓଡ଼ଗାଁ ପୋଲିସର ଅପରେସନ ଷ୍ଟ୍ରାଇକ : ୫ ଲିଟର ଦେଶୀ ମଦ ଜବତ ଓ ଜଣେ ଗିରଫ

newyr25

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଅପରେସନ ଷ୍ଟ୍ରାଇକ ମାଧ୍ୟମରେ ୫ ଲିଟର ଦେଶୀ ମଦ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଛି।ଗିରଫ ଜଣକ ନନ୍ଦିଘୋର ଗ୍ରାମର ସନ୍ତୋଷ କୁମାର ପରିଡ଼ା । କୌଣସି ପୂର୍ବ ସୂଚନା ନଥାଇ ଓଡ଼ଗାଁ ପୋଲିସ ଓଡ଼ଗାଁ ଅଞ୍ଚଳର ବିଭିନ୍ନ ହୋଟେଲ ଏବଂ ଲଜ ଗୁଡିକରେ ପୋଲିସ ଅଚାନକ ପହଞ୍ଚି ତନଖି କରିଥିବାର ଜଣାପଡିଛି । ଆଗାମୀ ଦିନରେ ଅପରେସନ ଷ୍ଟ୍ରାଇକ ଓ ସ୍ପେସିଆଲ ଡ୍ରାଇଭ୍ ମାଧ୍ୟମରେ ପୋଲିସ ଅଚାନକ ଭାବେ ପହଞ୍ଚି ଅପରାଧିକ କାର୍ଯ୍ୟକଳାପ ଉପରେ ସ୍ଵତନ୍ତ୍ର ଧ୍ୟାନ ଦେବ । ଅବୈଧ ନିଶାଦ୍ରବ୍ୟ ଚାଲାଣ, ମଦ୍ୟପାନ କରି ଗାଡ଼ି ଚାଳନା ଓ ଅପ୍ରାପ୍ତ ବୟସ୍କଙ୍କ ଗାଡ଼ି ଚାଳନା ମହଙ୍ଗା ପଡ଼ିବ ବୋଲି ଓଡ଼ଗାଁ ଥାନା ତରଫରୁ ଜଣାପଡିଛି । ସେହିପରି ମୋଟର ଯାନ ତନଖି ଓ ମଦ୍ୟପାନ କରି ଗାଡ଼ି ଚାଳନ ବାବଦରେ ୪ ହଜାର ୫ଶହ ଟଙ୍କା ଆଦାୟ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.