ମିଲରଙ୍କ ଚାପରେ ପ୍ରଶାସନ ଓ ନେତା ଚେପା : ରତିଆଧିଆ ବଦଳିଲା ମିଲର ସଂଯୋଗୀକରଣ

newyr25

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଡିସେମ୍ବର ୨୯ ତାରିଖ ଜିଲ୍ଲାସ୍ତରୀୟ ଧାନ କିଣା ଶୁଭାରମ୍ଭ ହୋଇଥିଲେ ମଧ୍ୟ ଧାନ କିଣା ଆରମ୍ଭ ହୋଇପାରିନାହିଁ । ମିଲରଙ୍କ ଷଡ଼ଯନ୍ତ୍ର ଓ ଚାପ ଆଗରେ ପ୍ରଶାସନ ଓ ରାଜନେତା ମାନେ ମୁଣ୍ଡ ନୁଆଇଁ ଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।ଅଧିକାଂଶ ପାକ୍ସରେ ମିଲର ସଂଯୋଗୀକରଣ ହୋଇଥିବା ବେଳେ ଜାନୁଆରୀ ୧୪ତାରିଖ ରତିଅଧିଆ ତାହାକୁ ବଦଳା ଯାଇଛି । ଦୀର୍ଘ ୧୫ ବର୍ଷ ହେବ ନୟାଗଡ଼ ଜିଲ୍ଲାର ମିଲର ମାନେ ନିଜ ଇଚ୍ଛା ମୁତାବକ ମଣ୍ଡି ରୁ ଧାନ କିଣୁଥିଲେ।ମାତ୍ର ଚଳିତ ବର୍ଷ ସରକାର ମଣ୍ଡି ଗୁଡିକରେ ପରିବର୍ତ୍ତନ କରିଥିଲେ ।ବିଭିନ୍ନ ପାକ୍ସରେ ନୂଆ ମିଲର ଟ୍ୟାଗ ହୋଇଥିଲା ମାତ୍ର ବୁଧବାର ରାତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ଚିଠା ଅନୁଯାୟୀ ପୁଣି ଥରେ ପୁରୁଣା ଢାଞ୍ଚାରେ ମିଲର ଟ୍ୟାଗ ହୋଇଥିବାର ଜଣାପଡିଛି ।

ଚାଷୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଯେକୌଣସି ଉପାୟରେ ଧାନ କିଣାରେ କଟଣି ଛଟଣୀ କରିବାକୁ ମସୁଧା ଚାଲିଛି । ଜିଲ୍ଲାରେ କେବେ ଧାନ କିଣାଯିବ ତାହାର ଉତ୍ତର କାହା ପାଖରେ ନଥିବା ବେଳେ ଚାଷୀ ଧାନ ବିକିବା ପାଇଁ ଚାତକ ଭଳି ଚାହିଁ ରହିଛି । ଜିଲ୍ଲାରେ ୫୭ ହଜାରରୁ ଉର୍ଦ୍ଧ୍ବ ଚାଷୀ ଧାନ ବିକିବା ପାଇଁ ପଞ୍ଜିକରଣ କରିଥିବା ବେଳେ ପାଖାପାଖି ୭୦ ପ୍ରତିଶତ ଚାଷୀ ଟୋକନ ଅପେକ୍ଷାରେ ଅଛନ୍ତି।ଅନେକ ଚାଷୀ ଧାନ ବିକ୍ରି ଓ ଟୋକନ ଅବ୍ୟବସ୍ଥା ପାଇଁ ଯୋଗାଣ ବିଭାଗ ଓ ସମବାୟ ବିଭାଗ କୁ ଦୌଡ଼ୁଥିବା ବେଳେ ସେମାନଙ୍କୁ ସନ୍ତୋଷ ଜଣକ ଉତ୍ତର ମିଳୁନାହିଁ ।ଏଭଳି ପରିସ୍ଥିତିରେ କିପରି ଧାନ କିଣା ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ପ୍ରଶ୍ନ ଉଠିଛି । ଯୋଗାଣ ବିଭାଗ ଓ ମିଲର ମାନଙ୍କ ମଧ୍ୟରେ ଭିତିରି ବୁଝାମଣା ପାଇଁ ଧାନ କିଣା ବିଳମ୍ବିତ ହେଉଥିବ ଅଭିଯୋଗ ଆସିଛି ।ଚାଷୀଙ୍କୁ ଶୋଷଣ କରିବା ଉଦ୍ୟେଶ ରଖି ମିଲର ମାନେ ପ୍ରଶାସନ ଓ ରାଜନେତା ମାନଙ୍କୁ ହାତ ମୁଠାରେ ରଖି ଏପରି କରୁଥିବାର ଅଭିଯୋଗ ଆସିଛି ।ଜିଲ୍ଲାରେ ଧାନ କିଣା ତ୍ବରାନ୍ବିତ ନହେଲେ ଚାଷୀ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.