
ସୁନ୍ଦରଗଡ଼: ମହିଳାଙ୍କୁ ପଥରରେ ଛେଚି ହତ୍ୟା । ସୁନ୍ଦରଗଡ଼ ଟାଉନ ଥାନା ସଙ୍କରା ଗଉଡ଼ପଡ଼ା ପୋଖରୀ ନିଟକଟରୁ ଉଦ୍ଧାର ହୋଇଛି ମୃତଦେହ । ବିଲରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ସେପଟେ ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ଏହା ହତ୍ୟା ବୋଲି ସନ୍ଦେହ କରାଯାଉଛି । ତାଙ୍କ ମୁହଁ ଓ ଶରୀର ଅନେକ ସ୍ଥାନରେ ଗଭୀର କ୍ଷତ ରହିଛି । କଣ ପାଇଁ ଓ କିଏ ମହିଳାଙ୍କୁ ହତ୍ୟା କଲେ କାରଣ ଜଣାପଡିନି ।