୩୦ ପୁରୁଣା ଆମ ବସର ହେବ ସ୍କ୍ରାପିଂ

newyr25

ଭୁବନେଶ୍ୱର : ସ୍କାର୍ପିଂ ହେବ ୩୦୦ ପୁରୁଣା ଗାଡ଼ି । ବସ୍ ଜଳିବା ପରେ ପରିବାହନ ବିଭାଗର ଚିନ୍ତା । ଆମ ବସ୍ ସେବା ସମ୍ପର୍କିତ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ । ବୈଠକରେ ସଡ଼କ ସୁରକ୍ଷା, ଯାତ୍ରୀ ଅନୁକୂଳ ଆମ ବସ୍ ସେବା ଓ ଚାଳକଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି । ଏଥିରେ ପରିବହନ କମିଶନର ଅମିତାଭ ଠାକୁର, କ୍ରୁଟ୍ ପରିଚାଳନା ଅଧିକାରୀ ସଞ୍ଜୟ ବିଶ୍ଵାଳ, ଡିସିପି, ଟ୍ରାଫିକ ଡ଼ିସିପି ପ୍ରମୁଖ ଉପସ୍ଥିତ ଥିଲେ I ଜାନୁଆରୀ ମାସର ପ୍ରଥମ ଦୁଇ ସପ୍ତାହରେ ଆମ ବସ୍ ଗୁଡ଼ିକର ସ୍ପିଡ୍ ଲିମିଟ୍ ର ଅନୁଧ୍ୟାନ କରାଯାଇଥିବା ସମ୍ପର୍କରେ ଆଲୋଚନା ହୋଇଥିଲା । କୌଣସି ଆମ ବସ୍ ଏହି ନିୟମ ଭଙ୍ଗ କରିଥିବାର ନଜିର୍ ଆସିନାହିଁ। ବସ୍ ଷ୍ଟପରେ ଆମ ବସ୍ ରହଣି ଉପରେ ମଧ୍ୟ ଆଲୋଚନା ହୋଇଛି I ଆମ ବସ୍ ଚାଳକଙ୍କ ଗାଡ଼ି ଚାଳନା ସୁବ୍ୟବସ୍ଥିତ କରିବାକୁ IDTRକୁ ଇ-ବସ୍ ପ୍ରଦାନ କରାଯିବ । ଦୈନିକ ୧୮୦ କିମି ପର୍ଯ୍ୟନ୍ତ ଟ୍ରେନିଂ ସ୍କୁଲ ପରିସର ମଧ୍ୟରେ ଚାଳକ ଟ୍ରେନିଂ ନେଇପାରିବେ। ଏନେଇ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ କରାଯିବ ।

ଛତିଆ, ବ୍ରହ୍ମପୁର ଏବଂ ବଣାଇର ବିଭିନ୍ନ ସ୍ଥାନରେ ମଲ୍ଟି ଚାର୍ଜିଂ ଭିତ୍ତଭୂମି ନିର୍ମାଣ କରିବାକୁ ଯୋଜନା କରାଯାଇଛି । ଏହାଦ୍ବାରା ସରକାରୀ ଯାନ ସହ ବେସରକାରୀ ଯାନଗୁଡ଼ିକର ଚାର୍ଜିଂ ସୁବିଧା ରହିବ । ଏହାସହ ଜାନୁଆରୀ ୨୬ରୁ କ୍ୟାପଟେନ ଓ ଗାଇଡମାନଙ୍କ ନିମନ୍ତେ ପ୍ରୋତ୍ସାହନ ରାଶି ଲାଗୁହେବ । ଚାଳକଙ୍କ ସୁରକ୍ଷିତ ଗାଡ଼ି ଚାଳନା ଓ ବିଭିନ୍ନ ଦିଗରୁ ସେମାନଙ୍କ କାର୍ଯ୍ୟକୁ ମୂଲ୍ୟାଙ୍କନ କରି ୩ମାସରେ ଥରେ ଏହି ରାଶି ପ୍ରଦାନ କରାଯିବ । ଫେବୃୟାରୀରୁ ଆମ ବସ୍ ରୁଟରେ ଯାତ୍ରୀଙ୍କ ମତାମତ ନିଆଯିବ । ସେପଟେ ଚାଳକଙ୍କ ଟ୍ରେନିଂ ସମୟ ସୀମା ୩ଦିନରୁ ୫ଦିନକୁ ବୃଦ୍ଧି ପାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଦେଢ଼ ଲକ୍ଷରୁ ଅଧିକ କିଲୋମିଟର ଚଳାଚଳ ହୋଇସାରିଥିବା ପୁରୁଣା ବିପିଟିଏସଏଲ୍ ର ୩୦ଟି ପୁରୁଣା ବସ୍ ଗୁଡ଼ିକୁ ସ୍କ୍ରାପିଂ କରାଯିବ ।

Leave A Reply

Your email address will not be published.