ହିନ୍ଦୁ ସମାଜକୁ ଏକଜୁଟ ହେବାକୁ ସନ୍ଦେଶ ଦେଲେ ବାଗେଶ୍ବର ବାବା

add-all

ନୂଆଦିଲ୍ଲୀ: ବାଗେଶ୍ବର ଧାମର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ପୁଣି ଥରେ ନିଜ ଢଙ୍ଗରେ ହିନ୍ଦୁ ସମାଜକୁ ଏକଜୁଟ ହେବାକୁ ସନ୍ଦେଶ ଦେଇଛନ୍ତି। ସେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)ର ୧୦୦ ବର୍ଷ ପୂର୍ତ୍ତି ଅବସରରେ ସଂଘର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଏବଂ ଦେଶରେ ବର୍ତ୍ତମାନ ହିନ୍ଦୁଙ୍କ ସ୍ଥିତିର ଶ୍ରେୟ ସଂଘକୁ ଦେଇଛନ୍ତି। ମଞ୍ଚରେ ସେ କହିଛନ୍ତି ଯେ, ଯଦି ଆରଏସଏସ ନଥାନ୍ତା ତେବେ ଏତେ ହିନ୍ଦୁ ବଞ୍ଚିନଥାନ୍ତେ। ହେଡଗେୱାରଙ୍କ ପରମ୍ପରା ଅଦ୍ଭୁତପୂର୍ବ କାର୍ଯ୍ୟ କରିଛି। ଗାଁ-ଗାଁ, ଗଳି ଗଳିରେ ସମସ୍ତ ହିନ୍ଦୁ ସମାଜଙ୍କୁ ଏକଜୁଟ କରିବାର କାର୍ଯ୍ୟ କରିଛି। ଛତରପୁରରେ ଏକ କାର୍ଯ୍ୟକ୍ରମ ଅବସରରେ ବାଗେଶ୍ବର ବାବା ଏହା କହିଛନ୍ତି। ସେ କହିଛନ୍ତି ଯେ ଆଜି ଭାରତ ଆରଏସଏସର ଶତାବ୍ଦୀ ବର୍ଷ ପାଳନ କରୁଛି। ୧୦୦ ବର୍ଷର ଏହି ତପସ୍ୟା ଆଜି ହିନ୍ଦୁ ସମାଜକୁ ସଙ୍ଗଠିତ ହେବାକୁ ସାହସ ଦେଉଛି। ସେ ଏହା ମଧ୍ୟ କହିଛନ୍ତି କି ଯଦି ହିନ୍ଦୁ ସମାଜ ଜାତି, ଭାଷା ଓ କ୍ଷେତ୍ରବାଦରେ ବାଣ୍ଟି ହେବ ତେବେ ବାଂଲାଦେଶ ଭଳି ପରିସ୍ଥିତି ଖୁବ୍ ଶୀଘ୍ର ଭାରତରେ ଦେଖାଦେବ।

ad-week
Leave A Reply

Your email address will not be published.