କଣ୍ଟେନର ସହିତ ଧକ୍କା ହେଲା ଏୟାର ଇଣ୍ଡିଆ ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

add-all

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନରେ କଣ୍ଟେନର ଫସିଯିବାରୁ ବିମାନର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଛି । ଏୟାରବସ୍ ଏ୩୫୦ ବିମାନ ଏୟାରପୋର୍ଟରେ ଘନ କୁହୁଡିରେ ଟ୍ୟାକ୍ସି କରୁଥିଲା । ଏହି ସମୟରେ ବିମାନଟି ଫସିଯାଇଥିଲା । ବିମାନରେ ଥିବା ଜଣେ ଯାତ୍ରୀ କଣ୍ଟେନର ଫସିଯିବାର ଭିଡିଓ ରେକର୍ଡ଼ କରିଥିଲେ । ବିମାନର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଥିବା ଭିଡିଓରୁ ଦେଖିବାକୁ ମିଳିଛି ।

ବିମାନର ଡାହାଣ ପଟ ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣା ପରେ ବିମାନକୁ ନିର୍ଦ୍ଧାରିତ ପାର୍କି ସ୍ଥଳରେ ସୁରକ୍ଷିତ ଭାବେ ରଖାଯାଇଛି । ବିମାନରେ ଥିବା ସମସ୍ତ ଯାତ୍ରୀ ଏକ କ୍ରୁ ସଦସ୍ୟଙ୍କ ସୁରକ୍ଷା ଦେଖି ବିମାନକୁ ଗ୍ରାଉଣ୍ଡ କରାଯାଇଛି ।

ଘଟଣା ପରେ ଜଣେ ପ୍ରବକ୍ତା କହିଛନ୍ତି, ଏୟାର ଇଣ୍ଡିଆ ନିଜ ଯାତ୍ରୀଙ୍କ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଛି । ସେହିପରି ଯାତ୍ରୀଙ୍କ ସୁବିଧା ଅନୁସାରେ ବିକଳ୍ପ ଯାତ୍ରା ବ୍ୟବସ୍ଥା ଏବଂ ଟଙ୍କା ଫେରସ୍ତ ବ୍ୟବସ୍ଥା କରିବା ପାଇଁ ସହାୟତା କରୁଛି ।

ଏ ସମ୍ପର୍କରେ ଏୟାର ଇଣ୍ଡିଆ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବୟାନ ଜାରି କରାଯାଇନାହିଁ। ଏହାପୂର୍ବରୁ ୨୨ ଡିସେମ୍ବରରେ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଏହିପରି ଇଞ୍ଜିନରେ ତ୍ରୁଟି ଯୋଗୁଁ ମଝି ଆକାଶରେ ଘଣ୍ଟାଏ ରହିବା ପରେ ଦିଲ୍ଲୀ ବିମାନ ବନ୍ଦରକୁ ଫେରିଆସିଥିଲା ।

ad-week
Leave A Reply

Your email address will not be published.