ବିଶିଷ୍ଟ ମଦ ଓ ବାଲି ବ୍ୟବସାୟୀ ଭାଲୁ ଘରେ ଇଡ଼ି ପକ୍ଷରୁ ଚଢ଼ାଉ ….
ଇଡ଼ି ସ୍କାନାର ରେ ଗଞ୍ଜାମ ଜିଲ୍ଲାର ବହୁ ବ୍ୟକ୍ତିଙ୍କ ନାଁ…..!


ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ସନ୍ଧି ନୂଆ ପଲ୍ଲୀ ଗ୍ରାମର ବିଶିଷ୍ଟ ମଦ ଓ ବାଲି ବ୍ୟବସାୟୀ ଭଗବାନ ସାହୁ ଓରଫ (ଭାଲୁ)ଙ୍କ ବ୍ୟବସାୟ ପ୍ରତିଷ୍ଠାନ ଓ ଘର ଉପରେ ଇଡ଼ି ପକ୍ଷରୁ ଚଢ଼ାଉ ଜାରି ରହିଛି। ଦୀର୍ଘ ବର୍ଷ ହେଲା ଭାଲୁ ଙ୍କ ଦେଶୀ ଓ ବିଦେଶୀ ମଦ ବ୍ୟବସାୟ ଗଞ୍ଜାମ ଜିଲ୍ଲା ସମେତ ଅନ୍ୟ ଜିଲ୍ଲା ରେ କାୟା ବିସ୍ତାର କରିଛି। ଯିଏ ସରକାର ରେ ଆସିଲା ଭାଲୁ ଭାଇ ସେହି ଦଳରେ ରହି ତାଙ୍କର ମଦ ଓ ବାଲି ବ୍ୟବସାୟ ର ସାମ୍ରାଜ୍ୟ ବିସ୍ତାର କରୁ ଥିବାର ନଜିର ରହିଛି। ନୂତନ ଭାବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ପୂର୍ବରୁ ଆସିକା ବିଧାୟକ ଙ୍କ ଡାହାଣ ହାତ ଭାବେ ପରିଚିତ ଥିବା ଭାଲୁ ଭାଇ ବିଜେପି ଦଳରେ ସାମିଲ ହୋଇଥିଲେ। ବହୁ ପୂର୍ବରୁ ତାଙ୍କ ନାଁ ରେ ଅଭିଯୋଗ ହୋଇ ଆସୁଥିଲା। ଆଜିର ଇଡ଼ି ରେଡ ପରେ ଅନ୍ୟ ବାଲି, ମଦ ଓ ଜମି ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ସୂଚନା ଥାଉକି ବର୍ତ୍ତମାନ ର ଡବଲ ଇଞ୍ଜିନ ସରକାର ରେ ବିଧାୟକ ଏବଂ ମନ୍ତ୍ରୀ ଙ୍କ ଆଶ୍ରିବାଦ ରେ ଡବଲ ଲାଭ ପାଉଥିବା କୁ ନେଇ ସାଧାରଣ ରେ ଚର୍ଚ୍ଚା ହେଉଥିଲା l ଏପରିକି ତାଙ୍କ ବିରୋଧ ରେ ଯିଏ ସ୍ବର ଉତ୍ତୋଳନ କରୁଥିଲେ ତାଙ୍କୁ ନାଲି ଆଖିରେ ଦବା ଯାଉଥିଲା l ଏପରିକି ପୋଲିସ କୁ ବି ଅଦାଲତ ର ବାଟ ଦେଖାଇବାକୁ ପଛାଉ ନଥିଲା l ଦେଖା ଯାଉ ଆଜିର ଏହି ଚଢ଼ାଉ ର ଦିଗ କେଉଁଆଡେ ଗତି କରୁଛି ତାହା ସମୟ କହିବ l