ଜାନୁଆରୀ ୨୭ ରୁ ୩୦ ତାରିଖ ଯାଏଁ ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ

newyr25

ଛତ୍ରପୁର : ପର୍ଯ୍ୟଟକ ଓ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ବହୁ ପ୍ରତିକ୍ଷିତ ଗୋପାଳପୁର ବେଳାଭୂମି ମହୋତ୍ସବ ଚଳିତ ମାସ ଜାନୁଆରୀ ୨୭ ରୁ ୩୦ ତାରିଖ ଯାଏଁ ବିଗତ ବର୍ଷ ମାନଙ୍କଠାରୁ ଅଧିକ ଆଡମ୍ବର ଓ ଉତ୍ସାହରେ ଅନୁଷ୍ଠିତ ହେବ । ମହୋତ୍ସବର ଉଦ୍ଘାଟନୀ ସମାରୋହରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଓ ଅନ୍ୟାୟ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ରୂପେ ଯୋଗ ଦେଉଥିବା ବେଳେ ଉଦଯାପନୀ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ରୂପେ ଯୋଗ ଦେବେ ।

ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ତ ପ୍ରାକ ପ୍ରସ୍ତୁତିକୁ ତ୍ୱରାନ୍ନିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବେଳାଭୂମିର ସୌନ୍ଦର୍ଯ୍ୟ ବୃଦ୍ଧିକରିବା ପାଇଁ ଏ ବର୍ଷ ଗଂଜାମ ଜ଼ିଲ୍ଲାର ବେଳାଭୂମି ଗୁଡିକୁ ସଫେଇ ପଦଯାତ୍ରା ମାଧ୍ୟମରେ ସଫା କରାଯିବ । ତାସହିତ ଗୋପାଳପୁର ଜଂଗସନ ଠାରୁ ଗୋପାଳପୁର ବେଳାଭୂମି ଯାଏଁ ବିଭିନ୍ନ ପ୍ରକାର ଚାରା ଓ ଛୋଟ ଛୋଟ ବୃକ୍ଷ ରୋପଣ କରାଯିବ । ଚଳିତ ବର୍ଷ ବେଳାଭୂମିରେ ଯୋଗ ସହିତ ବିଭିନ୍ନ ପ୍ରକାର କ୍ରୀଡାର ଆୟୋଜନ କରାଯିବ । କୃତି କ୍ରୀଡ଼ାବିତ/ଦଳ ମାନଙ୍କୁ ସମାରୋହରେ ପୁରସ୍କୃତ କରାଯିବ ।  

Leave A Reply

Your email address will not be published.