
ବଲାଙ୍ଗୀର: ଭାଇ ହେଲା ଭଗାରୀ । ସୁପାରୀ ଦେଇ ସାନଭାଇକୁ ହତ୍ୟା କଲା ବଡ଼ ଭାଇ । ଗତ ୨ ତାରିଖରେ ବଲାଙ୍ଗୀର ଜିଲ୍ଲା ତୁଷୁରା ତେଲନଦୀ ବ୍ରିଜ ତଳୁ ସାନଭାଇ ନାଟରାଜ ଥନାପତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ନାଟରାଜଙ୍କ ବଡଭାଇ ନବ ଥାନାପତି ସୁପାରୀ ଦେଇ ତାଙ୍କୁ ହତ୍ୟା କରିଥିବା ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛି ପୋଲିସ । ଏଥିରେ ଆଠ ଜଣଙ୍କୁ ଗିରଫ କରାଯାଇଛି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।