ଡିଜେ ସାଉଣ୍ଡରେ ଚାଲିଗଲା ଜୀବନ ! ରାସ୍ତା ଅବରୋଧ କଲେ ଗ୍ରାମବାସୀ

add-all

ଟିଟିଲାଗଡ : ଡିଜେ ସାଉଣ୍ଡ ଯୋଗୁ ଚାଲିଗଲା ଜୀବନ ।  ଡିଜେ ସାଉଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ଅଭିଯୋଗ ।  ମୃତଦେହ ରଖି ଖୁଣ୍ଟୁଣୀ-ନରସିଂହପୁର ୬୫ ନମ୍ୱର୍ ରାଜ୍ୟ ରାଜପଥରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ ।  ଗତକାଲି ରାତିରେ ତିଗିରିଆ ଥାନା ନୂଆପାଟଣା ବଜାରରେ ଏକ ବିବାହ ପ୍ରସେସନ ଯାଉଥିବା ବେଳେ ନିଜ ଘର ପାଖରେ ଛିଡା ହୋଇ ପ୍ରସେସନ୍ ଦେଖୁଥିବା ବେଳେ ଡିଜେ ସାଉଣ୍ଡରେ ଆହାତ ହୋଇ ଜଣଙ୍କ ଜୀବନ ଚାଲି ଯାଇଥିବାଅଭିଯୋଗ ହୋଇଛି, ଆହତଙ୍କୁ ପ୍ରଥମେ ତିଗିରିଆ ମେଡିକାଲ୍ ରେ ଭର୍ତ୍ତି ହୋଇଥିଲେ  ।  କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ମୃତକ ଜଣଙ୍କ ହେଲେ ନୂଆପାଟଣା ଗାଁର ଲକ୍ଷ୍ମୀଧର ଚନ୍ଦ (୪୭) ।  ଘଟଣା ସ୍ଥଳରେ ଆଠଗଡ଼ ଡିଏସପିଙ୍କ ସହ ତିଗିରିଆ ପୋଲିସ୍ ପହଂଚି  ତଦନ୍ତ କରୁଛନ୍ତି ।

 

ad-week
Leave A Reply

Your email address will not be published.