ନିର୍ବାଚନ ବେଳେ ନେତାଙ୍କ ପାଇଁ ଭୋଟ କରେଇ ମାଡ଼ ଖାଇ ଶେଷରେ ଜେଲ ଗଲେ ଯୁବକ…..!

newyr25


ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚା ରେ ରହିଆସିଛି। ଗତ ଗୁରୁବାର ଦିନ ଆସିକା ବିଧାୟକଙ୍କ ଗୃହ ସମ୍ମୁଖରେ ଜଣେ ଯୁବକ କୌଣସି କାରଣକୁ ନେଇ ପାଟି ତୁଣ୍ଡ କରି ନିର୍ଧୁମ ଛେଚାଖାଇ ଶେଷରେ ଜେଲ ଯାଇଥିବା ନେଇ ସହର ରେ ଚର୍ଚ୍ଚା ର ବିଷୟ ପାଲଟିଛି। ଗତ ସାଧାରଣ ନିର୍ବାଚନ ବେଳେ ବିଜେପି ପାଇଁ କୁଆଡ଼େ ଆସିକା ତାଲୁକା ଅଞ୍ଚଳର ପଦ୍ମଲୋଚନ ଶତପଥି ନାମକ ଯୁବକ ଭୋଟ ପ୍ରଚାର କରୁଥିବା ନେଇ ଚର୍ଚ୍ଚା ହୋଇଥିଲା। ଦୀର୍ଘ ଦିନ ପରେ କୌଣସି କାରଣ କୁ ନେଇ ବିଧାୟକ ଙ୍କ ଗୃହ ସମ୍ମୁଖରେ ଆସି ପାଟି ତୁଣ୍ଡ କରିବା ଫଳରେ ବିଧାୟକ ଙ୍କ ଗୋଷ୍ଟି ପକ୍ଷରୁ ଉକ୍ତ ଯୁବକ ଙ୍କୁ ଉତ୍ତମ ମାଧ୍ୟମ କରାଯଇ ଥିଲା। ମାଡ଼ ଖାଇ ଏବଂ ଶେଷରେ ଆସିକା ଥାନାରେ ଅଭିଯୋଗ ପରେ ଉକ୍ତ ଯୁବକଙ୍କୁ ଶେଷରେ ଜେଲ ଯିବାକୁ ପଡିଛି। ଯୁବକ ଜେଲ ଯିବା ପରେ ଲୋକେ କହୁଛନ୍ତି ବଡ଼ ଲୋକଙ୍କୁ ଉତ୍ତର ନାହିଁ ସ୍ବର୍ଗକୁ ନିଶୁଣି ନାହିଁ ବୋଲି। ନେତା ହେଲା ପରେ କର୍ମୀ କୁ ଚିହିଁ ନାହାନ୍ତି ନେତା ତେବେ ସାଧାରଣ ଲୋକ କୁ କିଏ ପଚାରେ ବୋଲି ଲୋକେ ଆଲୋଚନା କରୁଛନ୍ତି, ପୋଲିସ ମାଡ଼ ମାରିଥିବା ବ୍ୟକ୍ତି ମାନଙ୍କ ବିରୋଧ ରେ କଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା l

Leave A Reply

Your email address will not be published.