ରଙ୍ଗଣୀ ପାଟଣା ସମବାୟ ସମିତିରେ ଧାନ ମଣ୍ଡି ଉଦ୍ଘାଟନ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀ ପାଟଣା ସମବାୟ ସମିତିରେ ଧାନ ମଣ୍ଡି ଉଦ୍ଘାଟନ ହୋଇଯାଇଛି ।ସମବାୟ ସମିତି ସଭାପତି ସନ୍ତୋଷ କୁମାର ସାହୁ ସମସ୍ତ ଡାଇରେକ୍ଟର ମାନଙ୍କ ସହିତ ସରପଂଚ ସସ୍ମିତା ପାତ୍ର ଏବଂ ରଙ୍ଗଣୀ ପାଟଣା ସମବାୟ ସମିତି ସଂଲଗ୍ନ ଗ୍ରାମଗୁଡିକର ଅନେକ ଚାଷୀ ଉପସ୍ଥିତ ଥିଲେ।

ସ୍ବତନ୍ତ୍ର ପୂଜାବିଧି ଦ୍ଵାରା ଓଜନ ଯନ୍ତ୍ର ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ସହିତ ଧାନ ବସ୍ତା ( ଶ୍ରୀ ଲକ୍ଷ୍ମୀ) ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା ।ବିଭିନ୍ନ ମିଲର, ସମିତି ସମ୍ପାଦକ ସୋନାଲି ସାହୁ, ଡାଟା ଏଣ୍ଟ୍ରି ଅପରେଟର ଏବଂ ଅନ୍ୟ କର୍ମଚାରୀ ମାନେ ଚାଷୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ।

ad-week
Leave A Reply

Your email address will not be published.