ଉପରମୁହାଁ ପାରଦ, ଆସନ୍ତା କାଲିଠାରୁ ରାଜ୍ୟରେ କମିବ ଶୀତ

newyr25

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିର ଖବର । ଆସନ୍ତା କାଲିଠାରୁ ରାଜ୍ୟରେ କମିବ ଶୀତ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବଢ଼ିଯିବ । ଏଥିପାଇଁ ପାରଦ ଉପରମୁହାଁ ହେବ ଆକଳନ କରିଛି ବୋଲି ପାଣିପାଗ ବିଭାଗ । ହେଲେ କୁହୁଡି ବହୁ ମାତ୍ରାରେ ଦେଖାଦେବ ଯେଉଁଥିପାଇଁ ଯାତାୟତ ସମୟରେ ବହୁ ଅସୁବିଧା ସାମ୍ନା କରିବେ ଲୋକେ ।

ତେବେ ରବିବାର ରାତିରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୦-୧୧ ଡିଗ୍ରୀରୁ ଉପରେ ରହିପାରେ । ପୁରୀ, ଗୋପାଳପୁର, ଭଦ୍ରକରେ ୧୩ରୁ ୧୪ ଡିଗ୍ରୀ ରହିବ । ସେହିପରି, ସୋମବାର ଠାରୁ ବୁଧବାର ୨୧ ତାରଖ ଯାଏ ସମଗ୍ର ରାଜ୍ୟରେ ପାରଦ ଉପରମୁହାଁ ହେବ । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଗତକାଲି ରାଜ୍ୟର ସର୍ବନିମ୍ନ ତାପାମାତ୍ରା ଘୁ.ଉଦୟଗିରି ଠାରେ ୨.୫ ଡିଗ୍ରୀ ରହିଥିଲା । ଫୁଲବାଣୀରେ ସର୍ବନିମ୍ନ ୫.୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ରାଉରକେଲାରେ ୬.୬, ଝାରସୁଗୁଡ଼ାରେ ୬.୭, କିରେଇ ଓ ବଲାଙ୍ଗୀରରେ ୮.୨, ଅନୁଗୁଳରେ ୮.୬ ଡିଗ୍ରୀ ରେକର୍ଡ ହୋଇଥିଲା । ପ୍ରବଳ ଶୀତ ସାଙ୍ଗକୁ ଜାଡ ଯୋଗୁ ଲୋକେ ଘରୁ ବାହାରିବା କଷ୍ଟ ହୋଇପଡୁଥିଲା ହେଲେ ଏବେ ସେଥିରୁ ଟିକେ ନିସ୍ତାର ମିଳିବ ।

Leave A Reply

Your email address will not be published.