
ନୟାଗଡ଼,୧୮/୧(ନିସର୍ତ୍ତ): ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଆଞ୍ଚଳିକ କଳାକାର ମହାସଂଘର ପ୍ରତିଷ୍ଠାତା ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ରବିବାର ଦିନ ରାଜସୁନାଖଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋଟଗଡ଼ ନିକଟସ୍ଥ ଅନନ୍ତ ଗୁମ୍ଫା ପରିସରରେ କଳାକାର ମହାସଂଘର ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ରାଜସୁନାଖଳା ଆଞ୍ଚଳିକ କଳାକାର ମହାସଂଘର ସଭାପତି ତଥା ଆଇନଜୀବୀ ବ୍ରହ୍ମାନନ୍ଦ ଦାଶ ପଟ୍ଟଯୋଶୀଙ୍କ ପୌରହିତ୍ୟରେ ମୂଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ତଥା ଯୁବ ସମାଜ ସେବୀ ଓ ରାଜସୁନାଖଳା ମହୋତ୍ସବ କମିଟିର ସଭାପତି ଚିତ୍ତରଞ୍ଜନ ପ୍ରଧାନ ,ସମ୍ମାନିତ ଅତିଥି ଭାବେ ରାଜସୁନାଖଳା ସାମ୍ବାଦିକ ସଙ୍ଘର ଉପଦେଷ୍ଟା ପ୍ରସନ୍ନ କୁମାର ସ୍ୱାଇଁ, ସାମ୍ବାଦିକ ସଙ୍ଘ ସଭାପତି ଜିତେନ୍ଦ୍ର କୁମାର ସାହୁ, ପଣ୍ଡିତ ରବୀନ୍ଦ୍ର କୁମାର ସାହୁ ଓ ସାମ୍ବାଦିକ ଗଙ୍ଗାଧର ଦାଶ ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ବଲ୍ଳଭ ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ରାଜସୁନାଖଳା ଓ ଆଖ ପାଖ ଅଞ୍ଚଳରୁ ପ୍ରାୟ ୧୦୦ରୁ ଉର୍ଦ୍ଧ ବିଭିନ୍ନ କଳାରେ ନିପୂଣ କଳାକାରମାନେ ଯୋଗଦେଇଥିଲେ । ଆଞ୍ଚଳିକ କଳାକାର ମହାସଂଘରେ ଯୋଗ ଦେଇଥିବା କଳାକାରମାନଙ୍କ ମଧ୍ୟରୁ କିଛି କଳାକାରମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିବା ବେଳେ ନୂତନ ଭାବରେ ଯୋଡ଼ି ହୋଇଥିବା କଳାକାର ମାନଙ୍କୁ ନୂତନ ସଭା କରି ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ପ୍ରତିଷ୍ଠାତା ସୁଶାନ୍ତ କୁମାର ନାୟକ କହିଥିଲେ । କଳାକାରମାନେ କିଭଳି ସରକାରଙ୍କର ସୁବିଧାଗୁଡିକ ପାଇପାରିବେ ସେ ବିଷୟରେ ରାଜସୁନାଖଳା ସାମ୍ବାଦିକ ସଙ୍ଘର ଉପଦେଷ୍ଟା ପ୍ରସନ୍ନ କୁମାର ସ୍ୱାଇଁ ନିଜ ଅଭିଭାଷଣରେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଆଞ୍ଚଳିକ କଳାକାର ମହାସଂଘର ସମ୍ପାଦକ ସୂର୍ଯ୍ୟକାନ୍ତ ମିଶ୍ର, ଶିକ୍ଷାବିତ୍ ବଲ୍ଳଭ ପ୍ରଧାନ,ଅଧ୍ୟାପକ ତଥା ପଣ୍ଡିତ ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ । ପରିଶେଷରେ ସାମ୍ବାଦିକ ଗଙ୍ଗାଧର ଦାସ ସମସ୍ତଙ୍କର ନିରୋଗ ଜୀବନ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।