ଲାଗୁ ହେଲା ନୂଆ ପାର୍କିଂ ଫି, ୫୦୦ ନୁହେଁ ୨୪୦ ଟଙ୍କା ଭକ୍ତ ନିବାସର ପାର୍କିଂ ଫି’

newyr25

ପୁରୀ: ଆଜିଠୁ ଭକ୍ତ ନିବାସର ନୂଆ ପାର୍କିଂ ଫି ଲାଗୁ ।  ୫୦୦ ଟଙ୍କା ବଦଳରେ ୨୪୦ ଟଙ୍କା କରାଯାଇଛି ।  ପୁରୀରେ ବସିଥିବା ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି ।  କିଛିଦିନ ତଳେ ଭକ୍ତ ନିବାସରେ ଚାରି ଚକିଆ ଯାନ ପାଇଁ ପାର୍କିଂ ଫି ୫୦୦ ଟଙ୍କା କରାଯାଇଥିଲା ।

ପୂର୍ବରୁ ଧାର୍ଯ୍ୟ ହୋଇଥିବା ଫି‘ରେ ବୃଦ୍ଧି କରିଥିଲା ଶ୍ରୀମନ୍ଦିର ପ୍ରଶାସନ ।  ଯାହାକୁ ନେଇ ବିବାଦ ଦେଖାଦେଇଥିଲା ।  ହେଲେ ଏହି ନିଷ୍ପତ୍ତିରୁ ଓହରି ନଥିଲା ଶ୍ରୀମନ୍ଦିର ପ୍ରଶାସନ ।  ଗତକାଲି ପରିଚାଳନା ବୈଠକରେ ଆଲୋଚନା ହୋଇ ପାର୍କିଂ ଫି’ କମାଯାଇଛି ।

Leave A Reply

Your email address will not be published.