ଗୋପାଳପୁର, ସମୁଦ୍ର କୂଳରେ ଅମୃତକାଳ ସାଂସ୍କୃତିକ ସମାରୋହ ଉଦଯାପିତ

add-all

ମନମୋହିଲେ ପାରମ୍ପରିକ ଲୋକ ନୃତ୍ୟ

ଗୋପାଳପୁର : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଆନୁକୂଲ୍ୟରେ ପୂର୍ବାଞ୍ଚଳ ସଂସ୍କୃତିକ କେନ୍ଦ୍ର, କଲିକତା ପକ୍ଷରୁ ଦୁଇଦିନିଆ ଅମ୍ରିତ କାଳ ସାଂସ୍କୃତିକ ସମାରୋହ ଆଜି ଉଦଯାପିତ ହୋଇଛି।

ଉଦଯାପିତ ସମାରୋହରେ ଶ୍ରୀ ଏ ଜାନକୀ ରାମ, ଅଧକ୍ଷ, ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀ ସୌରଭ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଗଞ୍ଜାମ ଯୋଗ ଦେଇଥିଲେ।

କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଅନୁକୂଲ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅମ୍ରିତକାଳ ସାଂସ୍କୃତିକ ସମାରୋହ ମାଧ୍ୟମରେ ଏକ ବିକଶିତ ଭାରତର ଯେଉଁ ପରିକଳ୍ପନା କରାଯାଇଛି ତାହା ଭାରତ ତଥା ଓଡ଼ିଶାର ସଂସ୍କୃତି ସମ୍ପନ୍ନ ନୃତ୍ୟ, ସଂଗୀତକୁ ଗରିମାମୟ କରିପାରିଛି ଏବଂ ଏହି ସମାରୋହ ମାଧ୍ୟମରେ ଓଡିଶା ତଥା ଗଞ୍ଜାମ ଜିଲ୍ଲାର ସ୍ଥାନୀୟ କଳାକାରମାନେ ନିଜର ନୃତ୍ୟ କଳା ପ୍ରଦର୍ଶନ କରିପାରିଛନ୍ତି।

ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଦୁଇ ଦିନଧରି ଅନୁଷ୍ଠିତ ହେଉଥିବା ଏହି ସାଂସ୍କୃତିକ ସମାରୋହର ଉଦଘାଟନୀ ସନ୍ଧ୍ୟାରେ ଅନୁରାଗ ଫୋକ ଡାନ୍ସ ଏକାଡେମୀ , ଗଞ୍ଜାମ ଦ୍ୱାରା ବାଘ ପଶୁ ନୃତ୍ୟ, ଗଣେଶ୍ୱର ଯୁଗଳ ଶଙ୍ଖ ବାଦ୍ୟ, ଗଞ୍ଜାମ ଦ୍ୱାରା ରଣପା ନୃତ୍ୟ, ନୃତ୍ୟଙ୍କିତା, ଭୁବନେଶ୍ୱର ଦ୍ୱାରା ଓଡିଶୀ ନୃତ୍ୟ,
ନୃତ୍ୟନ୍ସୀ ଏକାଡେମୀ, ଗଞ୍ଜାମ ଦ୍ୱାରା, ଢେମସା ନୃତ୍ୟ, ଦେବକଳା ପଟନ୍ୟାସ, ଗଞ୍ଜାମ ଦ୍ୱାରା ଓଡିଶୀ ନୃତ୍ୟ, ଦଧିବାମନ ଢୁମ୍ପା ସଂଗୀତ, ଗଞ୍ଜାମ ଦ୍ୱାରା ଢୁମ୍ପା ନୃତ୍ୟ ଇତ୍ୟାଦି ପାରମ୍ପରିକ ନୃତ୍ୟ ଓ ଲୋକକଳା ମାନ କଳାକାର ମାନେ ପ୍ରସ୍ତୁତ କରିଥିଲେ।

କଳାକାର ଗ୍ରୁପ ମାନଙ୍କୁ ପୂର୍ବାଞ୍ଚଳ କ୍ଷେତ୍ରୀୟ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ଗଞ୍ଜାମ କଳାକାର ମାନଙ୍କୁ ଉତ୍ସାହିତ କରିବାକୁ କଲିକତା ସ୍ଥିତ ପୂର୍ବାଞ୍ଚଳ କ୍ଷେତ୍ରୀୟ ସାଂସ୍କୃତିକ କେନ୍ଦ୍ରଙ୍କ ଉଦ୍ୟମକୁ ସହଯୋଗ ଦେଇଛନ୍ତି ଗଞ୍ଜାମ ଜ଼ିଲ୍ଲା ପ୍ରଶାସନ। ଏହି ଅବସରରେ ଗୁରୁମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇ ଥିଲା।

ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ତରଫରୁ ଶ୍ରୀ ଜୟଦୀପ ବୋଷ, ଶ୍ରୀ କ୍ରିଷ୍ଣା ସରୋଜ ଏହାକୁ ପରିଚାଳନା କରିଥିଲେ, ଉଦଘୋଷିକା ଭାବେ ସିନ୍ଧୁ ବ୍ରାଉନ ମଞ୍ଚ ସଂଚାଳନ କରିଥିଲେ ଓ ଶ୍ରୀ ବିଭୁ ପ୍ରସାଦ ମିଶ୍ର ଇଭେଣ୍ଟ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.