ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

newyr25

ଜଳେଶ୍ବର: ଥମୁନି ସଡ଼କ ଦୁର୍ଘଟଣା ।  ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ ।  ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆମ୍ବପୂଞ୍ଜା ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।  ମୃତକ ହେଲେ କମର୍ଦ୍ଦା ଥାନା ବାଗ ଗାଁର ଚନ୍ଦ୍ରଶେଖର ମହାପାତ୍ର ଓ ଗୌତମ ସାହୁ ।

ଗତକାଲି ବିଳମ୍ବିତ ରାତିରେ ଦୁଇ ସାଙ୍ଗ ଜଳେଶ୍ବର ଷ୍ଟେସନ ଗଲା ବେଳେ ଏକ ଗାଡି ଧକ୍କା ଦେଇଥିଲା ।  ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।  ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି କମର୍ଦ୍ଦା ଥାନା ପୋଲିସ ।  ଦୁଇ ସାଙ୍ଗଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଛି ।

Leave A Reply

Your email address will not be published.