ପରିବହନ କମିସନରଙ୍କ ପ୍ରତିଶ୍ରୁତି ପରେ ଜଗତସିଂହପୁରରେ ଗଡ଼ିଲା ବସ୍

ଜଗତସିଂହପୁର: ଜଗତସିଂହପୁରରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ। ପରିବହନ କମିସନରଙ୍କ ପ୍ରତିଶ୍ରୁତି ପରେ ଗଡ଼ିଲା ବସ୍। ମୁଖ୍ୟମନ୍ତ୍ରୀ ବସ୍ ସେବା ଚଳାଚଳକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ସ୍ଥଗିତ। ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ ସହ ହେବ ଆଲୋଚନା।

ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରିଥିଲା ବସ୍ ମାଲିକ ସଂଘ । ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ ହେବା ପରେ ଟ୍ରାନ୍ସପୋର୍ଟ କମିଶନରଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହୃତ ହୋଇଛି । ଆଜି ପାରାଦୀପ ଓ କେନ୍ଦ୍ରାପଡ଼ାରୁ ବସ୍ ଚଳାଚଳ ବନ୍ଦ ହେବାର ଥିଲା ।

ଟ୍ରାନ୍ସପୋର୍ଟ କମିଶନର ,ଜିଲ୍ଲାପାଳ ଓ ଘରୋଇ ବସ ମାଲିକ ସଂଘ ସହିତ ଆଲୋଚନା ପରେ ଜଗତସିଂହପୁରରୁ ଗଡ଼ିଛି ବସ୍ । ୫ ଦିନ ଧରି ବସ୍ ଚଳାଚଳ ଠପ୍ ହୋଇଯିବା ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ad-week
Leave A Reply

Your email address will not be published.