ମାଫିଆଙ୍କୁ ଚେତାବନୀ; ବେଆଇନ କାରବାର କଲେ ଘରେ ପହଞ୍ଚିବ ଇଡି

newyr25

ଭୁବନେଶ୍ୱର: ରାଜ୍ୟରେ ବେଆଇନ ବାଲି, ପଥର କାରବାର ଓ ପରିବହନ କରୁଥିବା ମାଫିଆମାନଙ୍କୁ କଡା ଚେତାବନି ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଯେଉଁମାନେ ସରକାରୀ ରାଜସ୍ୱ ହରିଲୁଟ୍ କରି ‘ଦୁଇ ନମ୍ବର’ ବ୍ୟବସାୟ କରୁଛନ୍ତି, ସେମାନଙ୍କ ବିରୋଧରେ କେବଳ ପୋଲିସ ନୁହେଁ, ବରଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି ।

ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ, ସରକାର କୌଣସି ନୂଆ ନିୟମ କରିନାହାଁନ୍ତି, ବରଂ ପୁରୁଣା ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି । ବେଆଇନ ଭାବେ ବାଲି ବୋହୁଥିବା ଟ୍ରକ୍ ଏବଂ ବିନା ପରମିଟ୍‌ରେ ଚାଲୁଥିବା ଗାଡ଼ି ବିରୋଧରେ ଅଭିଯାନ ଜାରି ରହିବ । ବଡ଼ ଧରଣର ଆର୍ଥିକ ହେରଫେର ହୋଇଥିବାରୁ ଏଥିରେ କେନ୍ଦ୍ରୀୟ ଏଜେନ୍ସିର ସହାୟତା ନିଆଯାଉଛି ।

ତେବେ ଗଞ୍ଜାମରେ ବେଆଇନ ବାଲି ଓ ପଥର ମାଫିଆଙ୍କ ଘରେ ଚଢାଉ କରି ପ୍ରାୟ ୨.୬୩ କୋଟି ଟଙ୍କା ନଗଦ ଟଙ୍କା ଜବତ ହୋଇଛି । ଏହା ସହ ଅନେକ ବିଳାସପୂର୍ଣ୍ଣ ଗାଡ଼ି ଏବଂ ବେଆଇନ ଖଣି କାରବାର ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବେଜ ଜବତ କରିଛି ଇଡି । ବେଆଇନ ବାଲି ଓ ପଥର ଉତ୍ତୋଳନ କରି ସେହି ଟଙ୍କାକୁ ଅନ୍ୟ ବ୍ୟବସାୟରେ (ମନି ଲଣ୍ଡରିଂ) ଲଗାଉଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଘଟଣାକୁ ନଜରରେ ରଖି ଏଭଳି ଚେତାବନୀ ଦେଇଛନ୍ତି ପରିବହନ ମନ୍ତ୍ରୀ ।

Leave A Reply

Your email address will not be published.