ବ୍ଳକ୍ ଅଫିସରେ ପଶି ବିଡିଓଙ୍କୁ ଆକ୍ରମଣ, ପ୍ରତିବାଦରେ ବ୍ଳକ କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ

newyr25

ନୂଆପଡା: ନୂଆପଡା BDO ରୋହିତ ଭୋଇଙ୍କୁ ଆକ୍ରମଣ । ବ୍ଳକ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ ।  ନୂଆପଡ଼ା ପୋଲିସରେ ଅଭିଯୋଗ କରିଛନ୍ତି ନୂଆପଡ଼ା ବିଡିଓ ରୋହିତ ଭୋଇ । ଭଇସାଟାଲ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ତାଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।  ପଞ୍ଚାୟତ ଗୃହ କେଉଁଠି ନିର୍ମାଣ ହେବ, ତାକୁ ନେଇ ଗତ କିଛି ଦିନ ହେଲା ବିବାଦ ଲାଗି ରହିଥିଲା । ଏହାକୁ ନେଇ କିଛି ଯୁବକ ଆଜି ବ୍ଲକ କାର୍ଯ୍ୟାଳୟକୁ ଆସି ବିଡ଼ିଓ ରୋହିତ ଭୋଇଙ୍କ ସହ ଯୁକ୍ତିତର୍କ ପରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।  ବିଡ଼ିଓ ନୂଆପଡ଼ା ପୋଲିସରେ ଏ ନେଇ ଅଭିଯୋଗ କରିଛନ୍ତି ।  ମାଡ଼ ମାରିଥିବା ଯୁବକଙ୍କୁ ତୁରନ୍ତ ଗିରଫ ଦାବିରେ ବ୍ଲକ କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ କରୁଛନ୍ତି ।

Leave A Reply

Your email address will not be published.