ମହାସୁଆରଙ୍କ ମହାଯାତ୍ରା

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥ ଜୀଉଙ୍କ ମହାସୁଆର ହୃଦୟାନନ୍ଦ ପଣ୍ଡା(୭୬)ଙ୍କ ମହାଯାତ୍ରାରେ ସମସ୍ତ ସୁଆର ସେବକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।ଜଣେ ବରିଷ୍ଠ ସେବକଙ୍କୁ ହରାଇ ସମସ୍ତେ ମ୍ରିୟମାଣ । ସୁଆର ସେବକ ଓ ପୂଜକ ପରିଷଦ ତରଫରୁ ଶୋକ ବ୍ୟକ୍ତ କରାଯାଇଛି ।ମନ୍ଦିର ପ୍ରଶାସନ ତରଫରୁ ଜିତେନ୍ଦ୍ର କୁମାର ମିଶ୍ର ଶୋକ ସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ଶ୍ରୀ ରଘୁନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।ମନ୍ଦିର ସନ୍ନିକଟ ଅଧିକାରୀ ସାହିରେ ପରିବାର ସହିତ ରହୁଥିବା ହୃଦୟାନନ୍ଦଙ୍କ ହୃତ ସ୍ପନ୍ଦନ ବନ୍ଦ ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟିଛି।ମୃତ୍ୟୁ ବେଳକୁ ବଡ଼ ପୁଅ ସୁବ୍ରତ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ ।ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

nis-ad
Leave A Reply

Your email address will not be published.