ଗଞ୍ଜାମ ଜିଲ୍ଲାରେ ଇଡ଼ିର ଚଢ଼ାଉ ରହସ୍ୟ ଘେରରେ ..!

add-all


ମାଫିଆ ମାନଙ୍କ ଉପରେ ଇଡି ଚଢ଼ାଉ ହେଲା ସତ କିନ୍ତୁ କାହା ପାଖରୁ କଣ ବାହାରିଲା ସ୍ପଷ୍ଟ ହେବ କେବେ….??
ଭୁବନେଶ୍ୱର:ଗଞ୍ଜାମ ଜିଲ୍ଲାରେ ଶୁକ୍ରବାର ଦିନ ଇଡ଼ି ଚଢ଼ାଉ ପରେ ଜିଲ୍ଲା ରେ କୋକୁଆ ଭୟ ସୃଷ୍ଟି ହେଲା। ଇଡ଼ି ପକ୍ଷରୁ ଚଢ଼ାଉ ପରେ ଯେଉଁ ତଥ୍ୟ ପ୍ରେସ ରିଲଜ ଭାବେ ଦିଆଗଲା ତାହା ସ୍ପଷ୍ଟ ଭାବେ ଦିଆ ହୋଇନଥିବା ନେଇ ଚାରିଆଡେ ଆଲୋଚନା ହେଲାଣି। ବାଲି, ମଦ ମାଫିଆ ମାନଙ୍କ ସମେତ ଠିକାଦାର ମାନଙ୍କ ଆଡ୍ଡା ଉପରେ ଯେଉଁ ଭଳି ଅତର୍କିତ ଚଢ଼ାଉ କରାଗଲା। କେଉଁ ବାହୁବଳୀ ମାନଙ୍କ ପାଖରୁ କଣ ଜବତ ହେଲା ତାହା ସ୍ପଷ୍ଟ ହେଲାନାହିଁ। ଦୀର୍ଘ ବର୍ଷ ପରେ ଗଞ୍ଜାମ ଜିଲ୍ଲାରେ ଏତେ ବଡ଼ ଇଡ଼ି ପକ୍ଷରୁ ଚଢ଼ାଉ ହେଲା ମାତ୍ର ଜବତ ସାମଗ୍ରୀ ର ବିବରଣୀ ର ଖୁଲାସା ହେଲାନାହିଁ। ଇଡ଼ି ପକ୍ଷରୁ ମୋଟ ଜବତ ଟଙ୍କାର ବିବରଣୀ ସହିତ ଯାନବାହାନ ର ଫୋଟ ଦେବା ସହ କୃପାସିନ୍ଧୁ ମୁଦୁଲି ଙ୍କ ଗାଡ଼ିର କେବଳ ବିବରଣୀ ଦିଆହେଲା। ଅନ୍ୟ ଯାନବାହାନ କାହାର କାହା ପାଖରୁ କେତେ ଟଙ୍କା ଜବତ ହେଲା ତାହା ସ୍ପଷ୍ଟ ବିବରଣୀ ଦେବାକୁ ବୁଦ୍ଧିଜୀବୀ ମହଲ ରେ ଦାବୀ ହେଉଛି। ସୂଚନା ଥାଉକି ଇଡି ଚଢ଼ାଉ ପୂର୍ବରୁ ଅନେକ କିଛି ତଥ୍ୟ ଅସ୍ତଗତ କରିବା ପରେ ଚଢ଼ାଉ କରିଥାଏ କିନ୍ତୁ ଏଠାରେ ଇଡି କେଉଁଠି କେଉଁଠି ଚଢ଼ାଉ ହେଲା ତାହା ଲୋକଲୋଚନ କୁ ଆସିଲା କିନ୍ତୁ କେଉଁଠୁ କେତେ କଣ କଣ ଜବତ ହେଲା ତାହା ଲୋକ ଲୋଚନ କୁ ଆସିଲା ନାହିଁ ଯାହାକୁ ନେଇ ଇଡି ର କାର୍ଯ୍ୟକାରିତା ଉପରେ ଆଙ୍ଗୁଠି ଉଠୁଛି l

ad-week
Leave A Reply

Your email address will not be published.